Below header

ପ୍ରଭୁ ଯୀଶୁଙ୍କ ଆଗମନ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା , ସେପଟେ କୁଇ ସମାଜ ସମନ୍ଵୟ ସମିତି ପକ୍ଷରୁ ପାଳନ କରାଯିବ ସହିଦ ଦିବସ

କନ୍ଧମାଳ(କେନ୍ୟୁଜ୍) : ବଡ଼ଦିନ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା । ସଜେଇ ହୋଇଛି ଜିଲ୍ଲାର ସମସ୍ତ ଚର୍ଚ୍ଚ । ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ନୃତ୍ୟଗୀତର ପ୍ରସ୍ତୁତି ଚଳାଇଛନ୍ତି । ପ୍ରଭୁ ଯୀଶୁଙ୍କ ଆଗମନ ପାଇଁ ଉତ୍ସବମୁଖର ପରିବେଶ । ସମୂହ ପ୍ରାର୍ଥନା ପାଇଁ ଚର୍ଚ୍ଚଗୁଡ଼ିକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

jisuସେପଟେ କୁଇ ସମାଜ ସମନ୍ଵୟ ସମିତି ପକ୍ଷରୁ ବାରଖମାରେ ପାଳନ କରାଯିବ ସହିଦ ଦିବସ । ଏଥିପାଇଁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ତେବେ ପ୍ରତ୍ୟେକ ବର୍ଷ କୁଇ ସମାଜ ପକ୍ଷରୁ ଡିସେମ୍ବର ୨୫ ତାରିଖରେ ହେଉଥିବା ବନ୍ଦ ପାଳନରୁ ଓହରିଛି କୁଇ ସମାଜ । ସାରା ଜିଲ୍ଲାରେ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ଗାଡିମୋଟର ଯାଞ୍ଚକୁ କଡ଼ାକଡ଼ି କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.