ଇଣ୍ଡୋନେସିଆରେ ତାଣ୍ଡବ ରଚିଛି ଭୟଙ୍କର ସୁନାମି , ବଢିବାରେ ଲାଗିଛି ମୃତକଙ୍କ ସଂଖ୍ୟା

ଇଣ୍ଡୋନେସିଆ(କେନ୍ୟୁଜ୍) : ଇଣ୍ଡୋନେସିଆରେ ଭୟଙ୍କର ସୁନାମି ତାଣ୍ଡବ ରଚିଛି । ଏପର‌୍ୟ୍ୟନ୍ତ ୨୮୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ୭ଶହରୁ ଅଧିକ ଆହତ ହୋଇଥିବା ବେଳେ ବହୁ ନିଖୋଜ ଅଛନ୍ତି । ଫଳରେ ଆଗକୁ ବଢ଼ିପାରେ ମୃତ୍ୟୁ ସଂଖ୍ୟା । ଜାଭା ଓ ସୁମାତ୍ରର ଅନେକ ଉପକୂଳ ଅଂଚଳରେ ପାଣିର ତାଣ୍ଡବ ଦେଖିବାକୁ ମିଳିଛି । ଭାଙ୍ଗିଛି ଶହଶହ ଘର । କ୍ରେକାଟୋଆ ଆଗ୍ନେୟଗିରି ଫାଟିବାରୁ ସମୁଦ୍ର ଭିତରେ ଭୂସ୍ଖଳ ଯୋଗୁଁ ସୁନାମି ଆସିଥିଲା ।

ସ୨ପଣ୍ଡେଗ୍ଲାଙ୍ଗ, ଦକ୍ଷିଣ ଲାଂପୁଙ୍ଗ ଏବଂ ସେରଙ୍ଗ ଅଂଚଳରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ସୁଣ୍ଡାଷ୍ଟ୍ରେଟ୍‌ ନିକଟ ସମୁଦ୍ରକୂଳରେ ବହୁ ଲୋକପ୍ରିୟ ରିସୋର୍ଟ ଓ ହୋଟେଲ ରହିଛି । ସେଠାରେ ରହୁଥିବା ଲୋକଙ୍କୁ କୌଣସି ଚେତାବନୀ ମିଳିନଥିଲା । ତେଣୁ ଅଚାନକ ପାଣି ମାଡିଆସିବାରୁ ମୃତାହତଙ୍କ ସଂଖ୍ୟା ଅଧିକ ରହିଛି । ଗତ ସେପ୍ଟେମ୍ବର ମାସରେ ମଧ୍ୟ ଭୂକମ୍ପ ଓ ସୁନାମି ଯୋଗୁଁ ଏକ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.