Below header

ଦାଦାଙ୍କର ଆଉ ଥରେ ହେବ ଆଞ୍ଜିଓପ୍ଲାଷ୍ଟି, ହସ୍ପିଟାଲରୁ ଜାରି ହେଲା ରିପୋର୍ଟ

କୋଲକାତା(କେ ନ୍ୟୁଜ): ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ତଥା ଭାରତର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କର ପୁଣି ଥରେ ହେବ ଏନ୍ଜିଓପ୍ଲାସ୍ଟି । ତାଙ୍କ ଦେହ ବୁଧବାର ଅଧିକ ଅସୁସ୍ଥ ହେବାରୁ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କହିରଖିବା ଉଚିତ ହେବକି, ଚଳିତ ମାସ ୨ ତାରିଖ ଦିନ ଜିମରେ ବ୍ୟାୟାମ କରୁଥିବା ବେଳେ ଦାଦାଙ୍କୁ ଏକ ହାର୍ଟ ଆଟାକ୍‌ ହୋଇଥିଲା । ପରେ ତାଙ୍କୁ ଉଡ୍‌ଲ୍ୟାଣ୍ଡ ହସ୍ପିଟାଲର ଭର୍ତ୍ତିି କରାଯାଇଥିଲା । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ତାଙ୍କ ହାର୍ଟରେ ଆଉ ଦୁଇଟି ବ୍ଳକେଜ‌ ରହିଥିବା ସୂଚନା ମିଳିଛି ।

ସୌରଭଙ୍କ ଏପରି ବାରମ୍ବାର ଦେହ ଖରାପ ହେବାକୁ ନେଇ ତାଙ୍କ ଫ୍ୟାନ୍ ମାନେ ଚିନ୍ତିତ ହୋଇଯାଇଛନ୍ତି। ଏବେ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ହସ୍ପିଟାଲରୁ ଅପଡେଟ୍ ରିପୋର୍ଟ ଜାରି ହୋଇଛି । ଗାଙ୍ଗୁଲିଙ୍କର କିଛି ମେଡିକାଲ୍ ଟେଷ୍ଟ କରାଯାଇଥିଲା |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.