ବହୁତ ଝଗଡ଼ା କରନ୍ତି ବିରାଟ କୋହଲି… ବିବାଦ ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ ବୟାନ

କିଛି ଦିନ ତଳେ ବିସିସିଆଇ ବିରାଟ କୋହଲିଙ୍କ ଠାରୁ ଜବରଦସ୍ତି ଦିନିକିଆ ଟିମ୍‌ର କ୍ୟାପ୍‌ଟେନ୍‌ସିପ୍‌ ଛଡ଼ାଇ ନେଇଛି। ଏହା ପରଠାରୁ ବଡ଼ ବିବାଦ ଉପୁଜିଛି। ଖବର ଆସୁଛି ଯେ ବିରାଟ କୋହଲି ଓ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ କିଛି ମତଭେଦ ଚାଲିଛି। ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଯିବା ପୂର୍ବରୁ ବିରାଟ କୋହଲି ବଡ଼ ଖୁଲାସା କରିଛନ୍ତି। ଏ ଅବସରରେ ସେ ଗାଙ୍ଗୁଲିଙ୍କ ଉକ୍ତ ବୟାନକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ ତାଙ୍କୁ ଟି୨୦ ଅଧିନାୟକତ୍ୱ ନ ଛାଡ଼ିବାକୁ କୁହାଯାଇଥିଲା ବୋଲି ସେ କହିଛନ୍ତି।

ଏକ କାର୍ଯ୍ୟକ୍ରମରେ ସୌରଭ ଗାଙ୍ଗୁଲିଙ୍କୁ ପଚରାଯାଇଥିଲା ଯେ ତାଙ୍କୁ କେଉଁ ଖେଳାଳିଙ୍କ ବ୍ୟବହାର ପସନ୍ଦ? ଏହାର ଜବାବରେ ଗାଙ୍ଗୁଲି କହିଥିଲେ, ତାଙ୍କୁ ବିରାଟ କୋହଲିଙ୍କ ବ୍ୟବହାର ଭଲ ଲାଗେ। କିନ୍ତୁ ସେ ବହୁତ ଝଗଡ଼ା କରନ୍ତି। ଦାଦା କହିଥିଲେ, ଜୀବନରେ କିଛି ଟେନ୍ସନ୍‌ ନାହିଁ, ଟେନ୍ସନ୍‌ କେବଳ ସ୍ତ୍ରୀ ଆଉ ଗାର୍ଲଫ୍ରେଣ୍ଡ ଦେଇଥାନ୍ତି।

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ସୌରଭ ଗାଙ୍ଗୁଲି କହିଥିଲେ ସେ ବିରାଟ କୋହଲିଙ୍କୁ ଟି ୨୦ କ୍ୟାପ୍‌ଟେନ୍‌ ପଦ ନ ଛାଡ଼ିବାକୁ କହିଥିଲେ। କିନ୍ତୁ ସେ ତାଙ୍କ କଥା ଶୁଣିନଥିଲେ। କିନ୍ତୁ କୋହଲି ଏହାକୁ ଖଣ୍ଡନ କରିଛନ୍ତି। କୋହଲି କହିଛନ୍ତି, ମୁଁ ଟି-୨୦ର କ୍ୟାପ୍‌ଟେନ୍‌ ପଦ ଛାଡ଼ିବାକୁ ଚାହୁଁଥିବା ନେଇ ବୋର୍ଡକୁ ଜଣାଇଥିଲି। ସେତେବେଳେ କେହି ବି ମୋତେ ମନା କରିନଥିଲେ। ବରଂ ସେମାନେ ମୋ କଥାକୁ ଅତି ଭଲରେ ସ୍ୱୀକାର କରିଥିଲେ। କେହି ମୋତେ କ୍ୟାପ୍‌ଟେନ୍ସି ଜାରି ରଖିବାକୁ କହି ବି ନଥିଲେ ବୋଲି କହିଛନ୍ତି କୋହଲି।

ବିରାଟ କୋହଲି ଏକ ପ୍ରେସ୍‌ କନ୍‌ଫରେନ୍ସିଂରେ କହିଥିଲେ, ମୁଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓ୍ଵାନ୍‌ ଡେ ଖେଳିବାକୁ ପ୍ରସ୍ତୁତ ଅଛି। ମୁଁ ବିସିସିଆଇକୁ ଆରାମ କରିବାକୁ କହିନଥିଲି। ମୋ ବିଷୟରେ ମିଛ କଥା କୁହାଯାଉଛି। ମୋତେ ଟି ୨୦ ଅଧିନାୟକତ୍ୱ ଛାଡ଼ିବାକୁ କେହି ମନା କରିନଥିଲେ। ମୁଁ ବିସିସିଆଇକୁ ଦିନିକିଆ ଅଧିନାୟକ ରହିବାକୁ ଅପିଲ କରିଥିଲି ବୋଲି କହିଛନ୍ତି କୋହଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.