ଟେଷ୍ଟ କ୍ରିକେଟ୍‌କୁ ଅଲବିଦା କହିଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡୁ ପ୍ଲେସିସ୍‌

ଟେଷ୍ଟ କ୍ରିକେଟ୍‌କୁ ଅଲବିଦା କହିଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡୁ ପ୍ଲେସିସ୍‌ । ଟେଷ୍ଟରୁ ଅବସର ନେଇଥିଲେ ବି ଦିନିକିଆ ଓ ଟି-୨୦ ମ୍ୟାଚ୍‌ ଖେଳିବେ ଡୁ ପ୍ଲେସିସ୍‌ । ଏହା ସହ ଆଇପିଏଲ୍‌ ପରି ଟୁର୍ଣ୍ଣାମେଣ୍ଟରେ ପୂର୍ବ ପରି ଖେଳ ଜାରି ରଖିବେ ବୋଲି ଜଣାପଡ଼ିଛି । ନିକଟରେ ପାକିସ୍ତାନ ବିପକ୍ଷ ଦୁଇଟି ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ ।

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଟେଷ୍ଟ କ୍ରିକେଟରୁ ନିଜ ଅବସର ବାବଦରେ ଘୋଷଣା କରିଛନ୍ତି । ଡୁ ପ୍ଲେସିସ୍‌ କହିଛନ୍ତି, ଜୀବନରେ ଏକ ନୂଆ ଆରମ୍ଭ କରିବାକୁ ଯାଉଛନ୍ତି । ଦେଶ ପାଇଁ ତିନିଟି ଫର୍ମାଟ୍‌ରେ ଖେଳିବା ମୋ ପାଇଁ ଗର୍ବର ବିଷୟ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.