କ୍ରୀଡ଼ା ଗ୍ରାମରେ କ୍ରୀଡ଼ା ମନ୍ତ୍ରୀ, ଖେଳାଳିଙ୍କୁ ଚା, ଜଳଖିଆ ବାଣ୍ଟିଲେ

ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଇଣ୍ଡୋନେସିଆ ସ୍ଥିତ ଏସୀୟ କ୍ରୀଡ଼ା ଗ୍ରାମରେ ପହଞ୍ଚିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର । ଖାଲି ପହଞ୍ଚି ନାହାନ୍ତି, କ୍ରୀଡ଼ା ମନ୍ତ୍ରୀ ଖେଳାଳିମାନଙ୍କୁ ସକାଳ ଜଳଖିଆ ଓ ଚା ଆଦି ବଣ୍ଟନ କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ ଚକିତ କରି ଦେଇଥିଲା । କାରଣ ପୂର୍ବରୁ କୌଣସି କ୍ରୀଡ଼ା ମନ୍ତ୍ରୀ ଏଭଳି କିଛି କରି ନଥିଲେ । ଅବଶ୍ୟ କ୍ରୀଡ଼ା ମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ନିଜେ ଜଣେ ଅଲିମ୍ପିକ୍ ପଦକ ବିଜେତା । ସେ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସୁଟିଂରେ ରୌପ୍ୟ ପଦକ ଜିତିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.