ଅଟୋଗ୍ରାଫ ନେବାକୁ ଆସିଥିବା ଯୁବତୀଙ୍କୁ ପ୍ରେମ କରି ବସିଥିଲେ ସୁନୀଲ ଗାଭାସ୍କର, ବିଦେଶରେ ଲେଖାଯାଇଥିଲା ତାଙ୍କ ନାମରେ ଗୀତ

ଲୋକପ୍ରିୟ କ୍ରିକେଟର ସୁନୀଲ ଗାଭାସ୍କର ୧୯୭୦ ରୁ ୮୦ ଦଶକ ମଧ୍ୟରେ ଭାରତ ଏବଂ ମୁମ୍ବାଇ କ୍ରିକେଟ ଟିମ୍‌ ପାଇଁ ଖେଳିଛନ୍ତି। ସୁନୀଲ ଗାଭାସ୍କର ବିଶ୍ୱ କ୍ରିକେଟ ଇତିହାସରେ ମଧ୍ୟ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପରିଚିତ। ୧୯୪୯ ଜୁଲାଇ ୧୦ ତାରିଖରେ ଜନ୍ମଗ୍ରହଣ କରିଥିବା ସୁନୀଲ ଗାଭାସ୍କର ଟେଷ୍ଟ କ୍ରିକେଟରେ ରନ ଏବଂ ଶତକ କି ଅନେକ ବିଶ୍ୱ ରେକର୍ଡ କରିଛନ୍ତି । କେବଳ ଖେଳ ନୁହେଁ ଗାଭାସ୍କରଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବେଶ୍‌ ଚର୍ଚ୍ଚାରେ ।

ଗାଭାସ୍କର ନିଜର ସ୍ତ୍ରୀଙ୍କୁ କିପରି ଦେଖାକରିଥିଲେ, କେଉଁଠି ଦେଖା କରିଥିଲେ, ଏହା ହୁଏତ ଅନେକ ଲୋକେ ଜାଣିନଥିବେ। ସୁନୀଲ ଗାଭାସ୍କରଙ୍କ ପତ୍ନୀଙ୍କ ନାମ ମାର୍ଶନୀଲ ମଲହୋତ୍ରା। ତାଙ୍କ ଜନ୍ମ ଏବଂ ଲାଳନପାଳନ କାନପୁରରେ ହୋଇଥିଲା। କାନପୁର ଜଣେ ସଫଳ ଚମଡା ବ୍ୟବସାୟୀଙ୍କ ଝିଅ । ମାର୍ଶନୀଲ ସୁନୀଲ ଗାଭାସ୍କରଙ୍କୁ ୧୯୭୩ରେ ଦେଖାହୋଇଥିଲେ। ସେତେବେଳେ ସେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜରେ ପାଠ ପଢୁଥିଲେ। ତାଙ୍କ ସହରରେ ଟେଷ୍ଟ ମ୍ୟାଚ ଥିଲା, ତେଣୁ ମ୍ୟାଚ ଦେଖିବାକୁ ଯାଇଥିଲେ। ଏହି ଖେଳରେ ଲଞ୍ଚ ସମୟରେ ଗାଭାସ୍କରଙ୍କ ଅଟୋଗ୍ରାଫ ମାଗିବା ପାଇଁ ମାର୍ଶନୀଲ ଯାଇଥିଲେ।

ପ୍ରଥମ ଦେଖାରେ ନିଜର ହୃଦୟ ଦେଇବସିଥିଲେ ଗାଭାସ୍କର। କାନପୁରରେ ହିଁ ତାଙ୍କୁ ପ୍ରପୋଜ କରିଥିଲେ। ସୁନୀଲ ଗାଭାସ୍କର ୨୩ ସେପ୍ଟେମ୍ବର ୧୯୭୪ରେ ମାର୍ଶନୀଲଙ୍କୁ ବିବାହ କରିଥିଲେ। ସୁନୀଲ ଗାଭାସ୍କର ଅଟୋଗ୍ରାଫ ଦେବା ସମୟରେ ହିଁ ଯୁବତୀଙ୍କୁ ପ୍ରେମ କରି ବସିଥିଲେ।

gavaskar
Photo credit: Jansatta

ହୁଏତ ଆପଣ ଜାଣିନାହାନ୍ତି କି, ସୁନୀଲ ଗାଭାସ୍କରଙ୍କ ଉପରେ ଏକ ଗୀତ ମଧ୍ୟ ଲେଖାଯାଇଛି। ଏହି ଗୀତ ଭାରତ ନୁହେଁ ବରଂ େଓ୍ଵଷ୍ଟଇଣ୍ଡିଜ ମାଟିରେ ଲେଖାଯାଇଛି। କେରେବିଆନ୍‌ ପିଚରେ ତାଙ୍କ ରେକର୍ଡ ଯୋଗୁଁ ଏହି ଗୀତର ରଚନା କରାଯାଇଥିଲା। ସୁନୀଲ ଗାଭାସ୍କର େଓ୍ଵଷ୍ଟଇଣ୍ଡିଜରେ ୧୩ଟି ଟେଷ୍ଟ ମ୍ୟାଚରେ ୭ଟି ଶତକ କରିଛନ୍ତି।

ସୁନୀଲ ଗାଭାସ୍କର ନିଜ ଅନ୍ତର୍ଜାତୀୟ କ୍ୟାରିଅରରେ ୫୧ ପ୍ରତିଶତ ରନ୍‌ କରିଥିଲେ। ସୁନୀଲ ଗାଭାସ୍କର ଦୁନିଆର ଏକମାତ୍ର କ୍ରିକେଟର, ଯାହାଙ୍କ ଉପରେ େଓ୍ଵଷ୍ଟଇଣ୍ଡିଜରେ ଗୀତ ଲେଖାଯାଇଛି। ୭୦ ଦଶକରେ ଲର୍ଡ ରିଟେଲର ଏହି ଗୀତ ଲେଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.