ବ୍ଲଡ ସୁଗାର ଥିବା ବ୍ୟକ୍ତି ଖାଆନ୍ତୁ ନାହିଁ ଅଧିକ କଞ୍ଚା ପିଆଜ, ହୋଇପାରେ ସମସ୍ୟା

ପିଆଜ ଖାଦ୍ୟର ସ୍ୱାଦ ବଢାଇଥାଏ। ତେଣୁ ଯେକୌଣସି ଖାଦ୍ୟ ହେଉ ସେଥିରେ ମସଲା ଭାବେ ପିଆଜକୁ ବ୍ୟବହାର କରାଯାଏ। ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ପିଆଜ ବ୍ୟବହାର କରାଯାଏ। ପିଆଜରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟି-ଷ୍ଟ୍ରେସ୍ ଏବଂ ଯନ୍ତ୍ରଣାରୁ ମୁକ୍ତି, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ଡାଇବେଟିସ୍, ଷ୍ଟୋନ -ପ୍ରତିରୋଧକ ଏବଂ ଆଣ୍ଟି-ଆର୍ଥ୍ରିକ୍ ମିଳିଥାଏ । ପିଆଜରେ ଆଣ୍ଟି-ଅକ୍ସିଡାଣ୍ଟ ଉପାଦାନ ଥାଏ ଯାହା ଶରୀରକୁ ଖରାରେ ଲଢ଼ିବା ପାଇଁ ଶକ୍ତି ଦେଇଥାଏ। ଭିଟାମିନ୍ ଏ, ବି ୬, ବି-କମ୍ପ୍ଲେକ୍ସ ଏବଂ ସି ମଧ୍ୟ ପିଆଜରେ ପ୍ରଚୁର ପରିମାଣରେ ମିଳିଥାଏ। ପିଆଜରେ ମଧ୍ୟ ଆଇରନ, ଫୋଲେଟ୍ ଏବଂ ପୋଟାସିୟମ୍ ପରି ଖଣିଜ ପଦାର୍ଥରେ ଭରପୂର।

ପିଆଜ ଖାଇବା ଶରୀର ପାଇଁ ଉପକାରୀ କିନ୍ତୁ ଅଧିକ ପିଆଜ ଖାଇବା ପାଇଁ ଶରୀର ପାଇଁ କ୍ଷତିକାରକ। ତେବେ ଦରକାର ଠାରୁ ଅଧିକ ପିଆଜ ଖାଇବା ଦ୍ୱାରା କ’ଣ ଖରାପ ପ୍ରଭାବ ପଡିଥାଏ। ସମସ୍ତେ ଜାଣନ୍ତି ଯେ କୌଣସି ବି ଜିନିଷ ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ସବୁବେଳେ ସମସ୍ୟା ହିଁ ସୃଷ୍ଟି ହୋଇଥାଏ। ଏଠି ପିଆଜ ସେବନ ବି ସୀମିତ ମାତ୍ରାରେ କରିବା ଉଚିତ।

– ପିଆଜରେ ଗ୍ଲୁକୋଜ ଏବଂ ଫ୍ରୁକ୍ଟୋଜ ଅଧିକ ମାତ୍ରାରେ ରହିଥାଏ। ଏହାଛଡା ଫାଇବରର ମାତ୍ରା ଅଧିକ ରହିଥାଏ। ତେଣୁ ଏସିଡିଟିର ହେବାର ସମ୍ଭାବନା ରହିଥାଏ।

– ବ୍ଲଡ ସୁଗାର ଥିବା ଲୋକ କେବେ ବି କଞ୍ଚା ପିଆଜ ଖାଇବା ଉଚିତ ନୁହେଁ। ଡାଇବେଟିଜ ରୋଗୀ ମଧ୍ୟ କଞ୍ଚା ପିଆଜ ଖାଇବାରେ ଧ୍ୟାନ ରଖନ୍ତୁ। କଞ୍ଚା ପିଆଜ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ନଚେତ ହଇରାଣ ହେବେ।

onion
photo credit: Navbharat Times

– ଯଦି ଆପଣ ଅଧିକ ମାତ୍ରାରେ ପିଆଜ ଖାଉଥାନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ସମସ୍ୟା ବଢିପାରେ। ଛାତିରେ ଜ୍ୱଳନ ସମସ୍ୟା ହୋଇପାରେ। କଞ୍ଚା ପିଆଜ ଅଧିକ ମାତ୍ରାରେ ଖାଇବା ଉଚିତ ନୁହେଁ।

– ଅଧିକ କଞ୍ଚା ପିଆଜ ଖାଇବା ଦ୍ୱାରା ମୁହଁରୁ ଦୁର୍ଗନ୍ଧ ଆସିଥାଏ। ତେଣୁ ଚେଷ୍ଟା କରନ୍ତୁ କଞ୍ଚା ପିଆଜ କମ୍‌ ଖାଇବା ପାଇଁ । ଆଉ ଯଦି ଖାଉଛନ୍ତି, ତେବେ ପାଟିରେ ଆଉ କିଛି ସୁଗନ୍ଧ ଜିନିଷ ପକାଇଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.