Below header

ଦୀର୍ଘଦିନ ପରେ ଧୋନିଙ୍କୁ ଦେଖି ନିଜକୁ ସମ୍ଭାଳି ପାରିଲେନି ରାଇନା, କଲେ ଏମିତି କାମ ଭିଡିଓ ହେଉଛି ଭାଇରାଲ

ଆଇପିଏଲର ଧମାକେଦାର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଖେଳାଳୀମାନେ ଜୋରସୋରରେ ଅଭ୍ୟାସ କରୁଛନ୍ତି ଏବଂ ଖୁବ୍‌ ଝାଳ ବୁହାଉଛନ୍ତି। ଚେନ୍ନାଇ ସୁପର କିଙ୍ଗସର ଆଇପିଏଲ ୨୦୨୦ ପାଇଁ ପ୍ରାକ୍ଟିସ୍‌ ଆରମ୍ଭ କରିଦେଇଛନ୍ତି। ସିଏସକେର ଅଧିନାୟକ ଏମଏସ ଧୋନି ଚେନ୍ନାଇ ଆସିସାରିଛନ୍ତି ଏବଂ ସେ ସୁରେଶ ରାଇନାଙ୍କ ସହିତ ନେଟ ପ୍ରାକ୍ଟିସ କରୁଛନ୍ତି। ବହୁତ ସମୟ ପରେ ଯେତେବେଳେ ସୁରେଶ ରାଇନା ଏମଏସ ଧୋନିଙ୍କୁ ଦେଖିଲେ ସେତେବେଳେ ସେ ଆଉ ନିଜକୁ ଅଟକାଇ ପାରିଲେନି ସମସ୍ତଙ୍କୁ ସାମ୍ନାରେ ଧୋନିଙ୍କୁ ସାମ୍ନାରେ ଦେଖି ତାଙ୍କୁ ଆଲିଙ୍ଗନ କରି କିସ୍‌ କରି ସ୍ୱାଗତ କଲେ।

 

View this post on Instagram

 

Me3t and Gree7 – Everyday is Karthigai In Our House, a film by Vikraman sir. #StartTheWhistles 🦁💛

A post shared by Chennai Super Kings (@chennaiipl) on


ଆଲିଙ୍ଗନ କରି ସୁରେଶ ରାଇନା ଧୋନିଙ୍କ କାନରେ ଏମିତି କଣ କହିଦେଲେ ଯେ ଯାହାକୁ ଶୁଣିବା ପରେ ସେ ହସିଦେଲେ। କେବଳ ଧୋନି ନୁହନ୍ତି ସେଠାରେ ଥିବା ବାକି ଖେଳାଳୀ ମଧ୍ୟ ହସି ପକାଇଲେ। ଫ୍ୟାନ୍ସଙ୍କୁ ଧୋନି ଏବଂ ରାଇନାଙ୍କ ଯୋଡି ବହୁତ ପସନ୍ଦ। ସୁରେଶ ବହୁତ ଦିନ ହେବ ଇଣ୍ଟରନ୍ୟାସନାଲ କ୍ରିକେଟ ଠାରୁ ଦୂରେଇ ଯାଇଥିଲେ। ଏବେ ପୁଣି ଆଇପିଏଲରେ ନଜର ଆସିବେ। ଏହି ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.