କାଲିଠାରୁ ଟି-ଟ୍ବେଣ୍ଟି ସିରିଜ : ପ୍ରଥମ ମ୍ୟାଚ୍ କୋଲକାତାରେ ରାତି ୭ଟା ବେଳେ

କୋଲକାତା : ଆସନ୍ତାକାଲି ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ୍ ଟି-ଟ୍ବେଣ୍ଟି ସିରିଜ । ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡନସରେ ଖେଳାଯିବ । ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ତାଙ୍କ ସ୍ଥାନରେ ରୋହିତ ଶର୍ମା ଦାୟିତ୍ବ ସମ୍ଭାଳୁଛନ୍ତି । ଉଭୟ ଟେଷ୍ଟ ଓ ଦିନିକି୍ଆ ସିରିଜ୍ ଜିତିଥିବା ଟିମ୍ ଇଣ୍ଡିଆର ନଜର ଏବେ ଟି-ଟ୍ବେଣ୍ଟି ସିରିଜ୍ ଉପରେ ।

ଏହି ସିରିଜରେ ପୂର୍ବତନ ଅଧିନାୟକ ତଥା ୱିକେଟକିପର ମହେନ୍ଦ୍ର ସିଂହ ଧୋନି ଖେଳୁ ନାହାନ୍ତି । ପ୍ରଥମ ଥର ସେ ଦଳରୁ ବାଦ୍ ପଡ଼ିଛନ୍ତି । ଅଧିନାୟକ ରୋହିତ କହିଛନ୍ତି ଆମେ ଏହି ସିରିଜରେ ଧୋନିଙ୍କୁ ମିସ୍ କରିବୁ । ତେବେ ଯୁବ ଋଷଭ ପନ୍ତ ଏବଂ ଅଭିଜ୍ଞ ଦୀନେଶ କାର୍ତ୍ତିକ ଦଳରେ ସାମିଲ ହୋଇଥିବାରୁ ଦଳରେ କୌଣସି ଅସୁବିଧା ହେବ ନାହିଁ । ଉଭୟଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିଛି । ଇଣ୍ଡିଜ ଦଳରେ ବହୁତ ଭଲ ଟି-ଟ୍ବେଣ୍ଟି ଖେଳାଳି ରହିଛନ୍ତି । ତା ଛଡ଼ା ସେମାନେ ବିଶ୍ବ ଚାମ୍ପିଅନ୍ ଥିବାରୁ ତାଙ୍କ ଦଳକୁ ସତର୍କତାର ସହ ଖେଳିବାକୁ ପଡ଼ିବ ବୋଲି ରୋହିତ କହିଛନ୍ତି ।

jason-holder

ଟି-ଟ୍ବେଣ୍ଟି ସିରିଜରେ ଭାରତ ଦୁଇ ଜଣ ନବାଗତ ଖେଳାଳି ବାମହାତୀ ସ୍ପିନର ଶାହାବାଜ ନଦୀମ ଏବଂ ଅଲରାଉଣ୍ଡର କ୍ର ୁନାଲ ପାଣ୍ଡ୍ୟାଙ୍କୁ ସାମିଲ କରିଛି । ସେହିପରି ସ୍ପିନର ୱାଶିଂଟନ୍ ସୁନ୍ଦର ମଧ୍ୟ ନିଦାସ ଟ୍ରଫି ପରେ ଦଳକୁ ଫେରିଛନ୍ତି । ରୋଟେସନ୍ ଭିତ୍ତିରେ ଖେଳାଳିଙ୍କୁ ବିଶ୍ରାମ ଦେବା ଓ ଦଳରେ ସାମିଲ କରିବା ଦ୍ବାରା ଚାପ କମ୍ ରହୁଛି । ଆଗକୁ ବିଶ୍ବକପ୍ ଥିବାରୁ ଏହି ପ୍ରକ୍ରିୟା ଜାରି ରହିବା ନିହାତି ଦରକାର ।

 

ଆସନ୍ତାକାଲି ରାତି ୭ଟାରେ ଖେଳ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.