ଚମତ୍କାର !  ଭାରତର ଏପରି ଏକ ସ୍ଥାନ ଯେଉଁଠାରେ କିନ୍ନର ମଧ୍ୟ ହୋଇଥାନ୍ତି ପିତା-ମାତା

ଗର୍ଭଧାରଣ କରିବା ତଥା ମାତ୍‌ତ୍ବ ର ସ୍ବଭାଗ୍ଯ କେବଳ ମହିଳାଙ୍କୁ ହିଁ ମିଳିଥାଏ। ପ୍ରକୃତିର ନିୟମ ଅନୁଯାୟୀ, ଜଣେ ମହିଳା ହିଁ କେବଳ ସନ୍ତାନ ଜନ୍ମ କରିପାରିଥାନ୍ତି। ତେବେ ସମାଜରେ ପୁରୁଷ ଏବଂ ମହିଳାଙ୍କ ଛଡ଼ା ଆଉ ଭାଗରେ ମଣିଷଙ୍କୁ ବିଭକ୍ତ କରାଯାଇଛି। ତାହା ହେଉଛି ତ୍‌ତୀୟ ଲିଙ୍ଗ ବା ଯାହାଙ୍କୁ ସାଧାରଣତଃ ସମସ୍ତେ କିନ୍ନର ବୋଲି ଜାଣିଥାନ୍ତି। ଆପଣ ଜାଣିଥିବେ, କିନ୍ନିର ମାନେ ପ୍ରାକୃତିକ ଭାବେ ଗର୍ଭଧାରଣ କରିବା ଏକ ଆଶ୍ଚର୍ଯ୍ଯକର ଘଟଣା ଅଟେ। କିନ୍ତୁ ଭାରତରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ କିନ୍ନର ପିତା-ମାତା ହେବାର ସ୍ବଭାଗ୍ଯ ଅର୍ଜନ କରିଥାନ୍ତି।

trans

ରାଜସ୍ଥାନର ଅଜମେର ଜିଲ୍ଲାରେ ଅଛି ମହମ୍ମଦ ଶରୀଫଙ୍କ ଦରଘା। ଏହି ଦରଘାର ଅନେକ କାହାଣୀ ରହିଛି। ଏଠାରେ ଦେଖିବାକୁ ମିଳିଥାଏ ଅନେକ ପ୍ରକାରର ଚମତ୍କାର। ଏହି ଦରଘାକୁ ମନରେ ବାଞ୍ଛା ନେଇ ଦୁନିଆର ଅନେକ ସ୍ଥାନରୁ ଲୋକ ଆସିଥାନ୍ତି। ଖାସ କିନ୍ନର ମାନଙ୍କର ଏହି ଦରଘାକୁ ନେଇ ରହିଛି ଅନେକ ଗଭୀର ଆସ୍ଥା।

ଏହି ଦରଘାରେ ରହିଛି ଏକ ନାଲି ଫଳ ଗଛ। ସ୍ଥାନୀୟ ଲୋକ ଏହାକୁ ଚମତ୍କାରୀ ଫଳ ଗଛ ବୋଲି କହିଥାନ୍ତି। ଏହି ଗଛରେ ହୋଇଥିବା ଫଳ ଯେଉଁ ବ୍ଯକ୍ତି ଖାଆନ୍ତି ତାଙ୍କୁ ନିଶ୍ଚିତ ଭାବେ ସନ୍ତାନ ପ୍ରାପ୍ତି ହୋଇଥାଏ। ଏଣୁ ଯେଉଁ ମାନଙ୍କର ସନ୍ତାନ ହୋଇନଥାଏ ସେହି ବ୍ଯକ୍ତିମାନେ ଏହି ସ୍ଥାନକୁ ଆସିଥାନ୍ତି। ଏପରି ମଧ୍ୟ କୁହାଯାଇଥାଏ କୌଣସି କିନ୍ନର ଏହି ଫଳକୁ ଖାଇଲେ ତାଙ୍କୁ ମଧ୍ୟ ସନ୍ତାନପ୍ରାପ୍ତ ହୋଇଥାଏ। ମାନ୍ଯତା ରହିଛି ଏହି ସ୍ଥାନକୁ ଆସିଥିବା ଜଣେ କିନ୍ନର ସେହି ଗଛର ଫଳ ଖାଇବା ପରେ ସେ ଏକ କନ୍ଯ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏଣୁ ସନ୍ତାନପ୍ରାପ୍ତିର ମନରେ ଆଶା ନେଇ ଏଠାକୁ ଆସିଥାନ୍ତି।