Below header

ଏସିଆ କପ୍ : ଶ୍ରୀଲଙ୍କା ଆଗରେ ଆଫଗାନିସ୍ତାନ ରଖିଲା ୨୫୦ ରନର ବିଜୟଲକ୍ଷ୍ୟ

ଦୁବାଇ : ଏସିଆ କପରେ ତାର ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ଆଫଗାନିସ୍ତାନ ଟିମ୍ ଦେଇଛି ବଡ଼ ଚ୍ୟାଲେଞ୍ଜ । ଜିତିବା ପାଇଁ ରଖିଛି ୨୫୦  ରନର ଲକ୍ଷ୍ୟ । ବାଂଲାଦେଶ ଠାରୁ ପରାସ୍ତ ହେବା ପରେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍ ଜିତିବା ଜରୁରୀ ।

ଆବୁଧାବି ଷ୍ଟାଡିୟମରେ ଆଫଗାନିସ୍ତାନ ଟିମ୍ ବଢ଼ିଆ ବ୍ୟାଟିଂ କରିଛି । ଏହାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଆଜିର ମ୍ୟାଚରେ ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପ୍ନର ମହମ୍ମଦ ଶାହାଜାଦ ୩୪ ଓ ଇସାନ ଉଲ୍ଲା ୪୫ ରନ୍ କରି ପ୍ରଥମ ୱିକେଟରେ ୫୭ ରନର ଭାଗିଦାରୀ କରିଥିଲେ । ଶାହାଜାଦ ଆଉଟ୍ ହେବା ପରେ  ଇସାନ ଉଲ୍ଲା ଏବଂ ରହମତ ଶାହଙ୍କ ମଧ୍ୟରେ ଆଉ ୫୦ରର ଭାଗିଦାରୀ ହୋଇଥିଲା । ଶାହ ୭୨ ରନ୍ କରିଥିଲେ । କେବଳ ଅଧିନାୟକ ଅସଗର ଆଫଗାନ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଅନ୍ୟ ସମସ୍ତ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଭଲ ସ୍କୋର କରିଥିଲେ । ଶାହା ଓ ହସମତଉଲ୍ଲାଙ୍କ ଭିତରେ ହୋଇଥିଲା ୮୦ ରନର ଭାଗିଦାରୀ । ହସମତ ୩୭ ରନ୍ କରିଥିଲେ । ଶ୍ରୀଲଙ୍କା ବୋଲରଙ୍କ ଧାରହୀନ ବୋଲିଂ ଓ ଭଲ ପାର୍ଟନରସିପ୍ ବଳରେ ଆଫଗାନିସ୍ତାନ ୫୦ତମ ଓଭରର ଶେଷ ବଲରେ ଶେଷ ୱିକେଟ ହରାଇ ୨୪୯ ରନ୍ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ପରେରା ୫୫ ରନ୍ ଦେଇ ସର୍ବାଧିକ ୫ଟି ୱିକେଟ୍ ଦଖଲ କରିଛନ୍ତି ।

ସ୍କୋର : ଆଫଗାନିସ୍ତାନ-୨୫୦/୧୦ (ମହମ୍ମଦ ଶାହାଜାଦ ୩୪, ଇସାନ ଉଲ୍ଲା ୪୫, ରହମତ ଶାହ ୭୨, ହସମତଉଲ୍ଲା ୩୭ । ପରେରା ୫/୫୫)

କାଲି ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍

rohit sharma

ଆସନ୍ତାକାଲି ବିରାଟ କୋହଲିଙ୍କ ଅନୁପସ୍ଥିତି ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଏସିଆ କପରେ ତାର ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ଟୁର୍ଣ୍ଣାମେଣ୍ଟର ସବୁଠାରୁ ଶକ୍ତିଶାଳୀ ଦଳ ହେଉଛି ଭାରତ । ତେବେ ପ୍ରଥମ ମ୍ୟାଚରେ ଭେଟିବ ସବୁଠାରୁ ଦୁର୍ବଳ ଦଳକୁ । ହଂକଂ ଦାର ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ୮ ୱିକେଟରେ ହାରି ସାରିଛି । ତେଣୁ ଏହି ମ୍ୟାଚରୁ ତାର ଶକ୍ତି ଆକଳନ କରି ସାରିଥିବା ଭାରତୀୟ ଦଳ । ତେବେ ମିଡିଲ ଅର୍ଡ଼ରରେ ତିନିଜଣଙ୍କୁ ବାଛିବା ଦଳ ପାଇଁ ସମସ୍ୟା ହୋଇଛି । କେଦାର ଯାଦବ, ଦୀନେଶ କାର୍ତ୍ତିକ, ମନୀଷ ପାଣ୍ଡେ, ଲୋକେଶ ରାହୁଲ ଏବଂ ଅମ୍ବାତି ରାୟୁଡୁଙ୍କ ମଧ୍ୟରୁ ୩ ଜଣଙ୍କୁ ସୁଯୋଗ ମିଳିବ । ପଛ ଭାଗକୁ ପୁଣି ଅଛନ୍ତି ଭେଟେରାନ୍ ଧୋନି । ପୂର୍ବରୁ ୨୦୦୮ ଏସିଆ କପରେ ଥରେ ମାତ୍ର ଭାରତ ଓ ହଂକଂ ମଧ୍ୟରେ ମୁକାବିଲା ହୋଇତିଲା । ସେହି ମ୍ୟାଚରେ ଧୋନି ଓ ରାଇନା ଶତକ କରିବାରୁ ଭାରତୀୟ ଦଳ ୩୭୪ ରନ୍ର ବିଶାଳ ସ୍କୋର କରିଥିଲା । ମ୍ୟାଚରେ ଭାରତ ଜିତିଥିଲା ୨୫୬ ରନରେ । ସେହି ମ୍ୟାଚ୍ ଖେଳିଥିବା ହକଂ ଦଳର ଜଣେ ମାତ୍ର ଖେଳାଳି ବାମହାତୀ ସ୍ପିନର ନଦିମ ଅହମଦ ଏବେ ଦଳରେ ଅଛନ୍ତି ।  ତେବେ ହଂକଂ ଦଳ ପାକିସ୍ତାନ ଠାରୁ ପରାଜୟକୁ ଭୁଲି କିଭଳି ଭାବେ ଭାରତକୁ ମୁକାବିଲା କରୁଛି ତାକୁ ସମସ୍ତଙ୍କ ଅପେକ୍ଷା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.