ବିଶ୍ବ ଟେଷ୍ଟ ଚାମ୍ପିଅନସିପ ହାରିବା ପରେ ଟିମ୍‌ ଇଣ୍ଡିଆ ହାତ ଖାଲି, କଟିଲା ୧୦୦% ମ୍ୟାଚ୍‌ ଫି

ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଟାଇଟଲ ସହିତ ସଂପୂର୍ଣ୍ଣ ମ୍ୟାଚ୍‌ ଫି ମଧ୍ୟ ଟିମ ଇଣ୍ଡିଆ ହାତରୁ ଯାଇଛି । ସ୍ଲୋ ଓଭର ରେଟ ଯୋଗୁଁ ଭାରତର ୧୦୦ ପ୍ରତିଶତ ମ୍ୟାଚ ଫି କଟିବା ସହିତ ଶୁଭମନ ଗିଲଙ୍କ ଉପରେ ଆଉ ୧୫% ଅଧିକ ଜରିମାନା ଲାଗିଛି ।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ହାରିବା ପରେ ଟିମ ଇଣ୍ଡିଆକୁ ବଡ ଝଟକା ଲାଗିଛି । ହାତରୁ ଟାଇଟଲ ଯିବା ପରେ ଟିମ ଇଣ୍ଡିଆ ଉପରେ ଲାଗିଛି  ଜରିମାନା । ମ୍ୟାଚ ହାତରୁ ଯିବା ପରେ ସଂପୂର୍ଣ୍ଣ ଫି ମଧ୍ୟ ହାତରୁ ଯାଇଛି । ସ୍ଲୋ ଓଭର ରେଟ ଯୋଗୁଁ ଭାରତର ୧୦୦ ପ୍ରତିଶତ ମ୍ୟାଚ ଫି କଟିବା ସହିତ ଶୁଭମନ ଗିଲଙ୍କ ଉପରେ ଜରିମାନା ଲାଗିଛି । ଏହାବ୍ୟତୀତ WTC ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ଦଳ ଉପରେ ମଧ୍ୟ ଏହି ଜରିମାନା ଲାଗୁ କରାଯାଇଛି ।

ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆର ୧୦୦% ମ୍ୟାଚ ଫି ଜରିମାନା ଲାଗୁ କରାଯାଇଥିବା ବେଳେ ଅଷ୍ଟ୍ରେଲିଆ ଉପରେ ୮୦ ପ୍ରତିଶତ ଜରିମାନା ଲଗାଯାଇଛି । ସେହିପରି ଟିମ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲଙ୍କୁ ସଂପୂର୍ଣ୍ଣ ମ୍ୟାଚ ଫି କଟିବା ସହିତ ୧୫% ଜରିମାନା ଲାଗୁ ହୋଇଛି । ଅର୍ଥାତ୍ ଗିଲଙ୍କ ଉପରେ ଏହି ମ୍ୟାଚର ୧୧୫ ପ୍ରତିଶତ ଜରିମାନା ଲାଗୁ ହୋଇଛି । ତେବେ ବିଶ୍ୱ ଟେଷ୍ଟ ଚାମ୍ସିପିଅନସିପ ଫାଇନାଲ ମ୍ୟାଚରେ ଭାରତ ଟ୍ରଫି ହରାଇବା ସହିତ ସମ୍ପୂର୍ଣ୍ଣ ମ୍ୟାଚ ଫି ମଧ୍ୟ ହରାଇଛି । ତେଣୁ ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆକୁ ଖାଲି ହାତରେ ଫେରିବାକୁ ପଡିବ ।

ତେବେ ଫାଇନାଲ ମ୍ୟାଚର ଚତୁର୍ଥ ଦିନରେ ଶୁଭମନ ଗିଲ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ, ଯାହାକୁ ନେଇ କୋଡ୍‌ ଅଫ କଣ୍ଡକ୍ଟର ଧାରା ୨.୭ ଅନୁଯାୟୀ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେଣୁ ଗିଲଙ୍କ ଉପରେ ଅତିରିକ୍ତ ୧୫% ଜରିମାନା ଲାଗୁ କରିଛି ଆଇସିସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.