Below header

ଦ୍ରୋଣାଚାର୍ଯ୍ୟ ରାମାକାନ୍ତ ଆରଚେକରଙ୍କୁ ସମ୍ନାନ : ଭାରତୀୟ କ୍ରିକେଟ ଟିମ୍ ପିନ୍ଧିଲେ ହାତରେ କଳା ବ୍ୟାଣ୍ଡ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ଆଜି ସିଡ଼ନିରେ ଖେଳପଡ଼ିଆକୁ ହାତରେ କଳାବ୍ୟାଣ୍ଡ ପିନ୍ଧିଥିବା ନଜର ଆସିଥିଲା। ଏପରି କରିବାର କାରଣ ଥିଲା ଗୁରୁ ଦ୍ରୋଣାଚାର୍ଯ୍ଯ ଭାବେ ଜଣାଯାଉଥିବା ରାମାକାନ୍ତ ଆରଚେକରଙ୍କ ପ୍ରତି ସମ୍ନାନ। ଗତ କାଲି ରାତିରେ ସତାଅଶୀ ବର୍ଷରେ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ କୋଚ୍ ରମାକାନ୍ତ ଆଚରେକରଙ୍କ ଦେହାନ୍ତ ହୋଇଥିଲା। ତାଙ୍କର କ୍ରିକେଟ ପ୍ରତି ଅବଦାନକୁ ସମ୍ନାନ ଜଣାଇବାକୁ ଆଜି ସକାଳେ ସିଡ଼ନୀ ଖେଳପଡ଼ିଆରେ ବାହୁରେ କଳା ବ୍ୟାଣ୍ଡ ଲଗାଇ ଅଷ୍ଟ୍ରେଲିଆ ବିପକ୍ଷରେ ପାଇନାଲ ଟେଷ୍ଟ ଖେଳିବାକୁ ବହାରିଥିଲା।

Ramakant-Achrekar

ଏହରି କଳା ବ୍ୟାଣ୍ଡ ବିଷୟରେ ବିସିସିଆଇ କହିଛନ୍ତି , କ୍ରିକେଟ ଜଗତର ଜଣେ କିମ୍ବଦନ୍ତୀ କୋଚଙ୍କ ବିୟୋଗକୁ ସମ୍ନାନ ଜଣାଇବାକୁ ଯାଇ ହାତରେ କଳା ବ୍ୟାଣ୍ଡ ପିନ୍ଧିଛନ୍ତି ଭାରତୀୟ କ୍ରିକେଟ ଟିମ୍। ଅପରପକ୍ଷରେ ଅଷ୍ଟ୍ରେଲିଆର ସମସ୍ତ ଖେଳାଳୀଙ୍କ ହାତରେ ମଧ୍ୟ ଦେଖିବାକୁ ମିଳିଥିଲା କଳା ବ୍ୟାଣ୍ଡ । ଖେଳାଳୀମାନେ ପୂର୍ବତନ ଟେଷ୍ଟ ଖେଳାଳୀ ବିଲ୍ ୱାଟସନଙ୍କୁ ସମ୍ମାନ ଜଣାଇ ଏପରି କରିଥିବା ଜଣାପଡ଼ିଛି। ୱାଟସନଙ୍କର ଦେହାନ୍ତ ଗତ ଡ଼ିସେମ୍ବର ୩୧ ତାରିଖରେ ସତାଇଶୀ ବର୍ଷରେ ତାଙ୍କର ଦେହାନ୍ତ ହୋଇଥିଲା।

black band

ଭାରତୀୟ କ୍ରିକେଟ୍କୁ ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ୧୯୯୦ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର, ୨୦୧୦ରେ ପଦ୍ମଶ୍ରୀ ଏବଂ ସେହି ବର୍ଷ ଜୀବନ ବ୍ୟାପି ଅବଦାନ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ସଚିନ୍ ମଧ୍ୟ ତାଙ୍କର ସଫଳତାର ଶ୍ରେୟ ଆଚରେକରଙ୍କୁ ଦେଇଥାନ୍ତି । ଏମିତିକି ପ୍ରତି ଗୁରୁ ଦିବସରେ ସେ ଓ କାମ୍ବଲି ତାଙ୍କୁ ଭେଟି ଆଶୀର୍ବାଦ ନେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.