ମୟୁରଭଞ୍ଜରେ ଗ୍ରାମ୍ୟବ୍ୟାଙ୍କ୍‌କୁ ଟାର୍ଗେଟ୍‌ କଲେ ଡକାୟତ

ବାରିପଦା (କେ ନ୍ୟୁଜ୍‌) : ବାଲେଶ୍ୱର ପରେ ଏବେ ମୟୁରଭଞ୍ଜ ବ୍ୟାଙ୍କକୁ ଡକାୟତଙ୍କ ଟାର୍ଗେଟ୍‌ । ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ପ୍ରତାପପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡକାୟତି ହୋଇଛି। ଗତକାଲି ବିଳମ୍ବିତ ରାତିରେ ୩ଜଣ ଡକାୟତ ବ୍ୟାଙ୍କ ପଛପଟ ଝରକା ଭାଙ୍ଗି ଲୁଟ୍‌ କରିଛନ୍ତି। ବିଳମ୍ବିତ ରାତିରେ ୩ ଜଣ ଡକାୟତ ସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଧି ପକାଇବା ପରେ ବ୍ୟାଙ୍କ ଭିତରେ ପଶିଥିଲେ। ତେବେ କେତେ ପରିମାଣର ଟଙ୍କା ଲୁଟ ହୋଇଛି ତାହା ଜଣାପଡ଼ିନାହିଁ। ବ୍ୟାଙ୍କ ଲୁଟ ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ବଡସାହି-ବାରିପଦା ରାସ୍ତା ଅବରୋଧ କରିଛନ୍ତି। ଡକାୟତମାନେ ହିନ୍ଦୀ ଭାଷାରେ କଥା ହେଉଥିବା ସୂଚନା ମିଳିଛି। ଖବର ପାଇ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସାହାଯ୍ୟରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

BANK LOOT-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.