Below header

WTC ଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା, ଅଶ୍ୱିନୀ ହେଲେ ଆହତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା WTC ଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ ଝଟକା ଲାଗିଛି । ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ପିଠିରେ ଯନ୍ତ୍ରଣା ଯୋଗୁଁ ଆହତ ହୋଇଛନ୍ତି ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ମାସ ୭ ତାରିଖରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । WTC ଫାଇନାଲ ପାଇଁ ଦୁଇଟି ଯାକ ଟିମ୍‌ ଘୋଷଣା ହୋଇସାରିଛି । ଏହା ମଧ୍ୟରେ ଟିମ୍‌ ଇଣ୍ଡିଆକୁ ଲାଗିଛି ଝଟକା । ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ ଆହତ ହୋଇଛନ୍ତି ।

ଖବର ମୁତାବକ, ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ତଥା ସ୍ପିନର ଆର. ଅଶ୍ୱିନୀ ଆଇପିଏଲରେ ରାଜସ୍ଥାନ ପକ୍ଷରୁ ଖେଳୁଛନ୍ତି । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଅଶ୍ୱିନୀ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ ପୂର୍ବରୁ ଆହତ ହୋଇଛନ୍ତି । ପିଠିରେ ହେଉଥିବା ଯନ୍ତ୍ରଣା ପାଇଁ ପଞ୍ଜାବ ବିପକ୍ଷ ମ୍ୟାଚରେ ଖେଳିନଥିଲେ ।

ଅଶ୍ୱିନୀଙ୍କର ପିଠିରେ କିଛି ସମସ୍ୟା ଦେଖାଦେଇଥିଲା । ଫଳରେ ସେ ଆଇପିଏଲ ମ୍ୟାଚ ଖେଳିପାରି ନଥିଲେ । ଫଳରେ ଦଳ ଶେଷ ସମୟରେ ଆଉ ଜଣେ ପ୍ଲେୟାରକୁ ପ୍ଲେଇଂ-୧୧ରେ ସାମିଲ କରାଯାଇଥିଲା ବୋଲି ସଞ୍ଜୁ ସାମସନ କହିଛନ୍ତି ।

ତେବେ ଅଶ୍ୱିନୀ ଅଚାନକ ଆହତ ହେବା ଏବେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛି । ଆସନ୍ତା ୭ ତାରିଖ ପୂର୍ବରୁ ଯଦି ଅଶ୍ୱିନୀ ଫିଟ୍ ହୋଇ ନ ପାରନ୍ତି ତେବେ ଟିମ୍ ଇଣ୍ଡିଆର ମୁସ୍କିଲ ନିଶ୍ଚିତ ଭାବେ ବଢ଼ିଯିବ । ଟିମ୍‌ ଇଣ୍ଡିଆ ପାଇଁ ଦୁନିଆର ଶ୍ରେଷ୍ଠ ସ୍ପିନର ହେଲେ ଅଶ୍ୱିନୀ ।ଲଣ୍ଡନର ଓଭାଲଠାରେ ସ୍କିନରଙ୍କୁ ବେଶି ଫାଇଦା ମିଳିବାର ସମ୍ଭାବନା ରହିଥିବାରୁ ଅଶ୍ୱିନୀଙ୍କୁ ନେଇ ଦଳ ଚିନ୍ତାରେ ରହିଛି ।

ସୂଚନାଯୋଗ୍ୟ, WTC ଫାଇନାଲରୁ କେଏଲ ରାହୁଲ, ଶ୍ରେୟସ ଆୟର ଆହତଜନିତ ସମସ୍ୟା ଯୋଗୁଁ ବାଦ୍‌ ପଡିଛନ୍ତି । ସେହିପରି ରିଷଭ ପନ୍ତ ଏବଂ ଜସପ୍ରୀତ ବୁମରା ମଧ୍ୟ ବାଦ୍‌ ପଡିଛନ୍ତି । ଦ୍ୱିତୀୟ ଥର ପାଇଁ ଟିମ୍‌ ଇଣ୍ଡିଆWTC ଫାଇନାଲରେ ଖେଳୁଛି । ପୂର୍ବରୁ ୨୦୧୯-୨୧ରେ ଫାଇନାଲ ମ୍ୟାଚରେ ଇଂଲଣ୍ଡ ଠାରୁ ୮ ଓ୍ଵିକେଟରେ ହାରିଥିଲା ଭାରତ ।

WTC ଫାଇନାଲ ପାଇଁ ଟିମ୍‌ ଇଣ୍ଡିଆ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଈଶାନ କିଶନ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ୱିନୀ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦକ, ଜୟଦେବ ଉନାଦକଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.