ଟେଷ୍ଟ ପୂର୍ବରୁ ମଜା ଆଉ ମସ୍ତିରେ ବିରାଟ ବାହିନୀର ଫଟୋ ସୁଟ୍‌, ଭିଡିଓ ଦେଖନ୍ତୁ

ଡର୍ବାନ୍‌ : ଆସନ୍ତା ୨୬ ତାରିଖରୁ ଦକ୍ଷିଣ ଆଫ୍ରିକା ମାଟିରେ ଘରୋଇ ଦଳ ସହ ଭାରତୀୟ ଦଳର ଟକ୍କର ହେବ । ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ । ତା ପୂର୍ବରୁ ଟିମ୍‌ ଇଣ୍ଡିଆ ଖେଳାଳିମାନେ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ଏହା ଭିତରେ ସେମାନେ ଫୁଟ୍‌ବଲ୍‌ ଆଦି ଖେଳ ଖେଳି ମନୋରଞ୍ଜନ କରିଛନ୍ତି । ଆଉ ଏବେ ଖେଳାଳିମାନଙ୍କର ଫଟୋ ସୁଟ୍‌ କରାଯାଇଛି । ଯାହାର ଭିଡିଓ ସେୟାର କରିଛି ବିସିସିଆଇ `
ବିରାଟ ବାହିନୀର ସିପାହୀମାନେ ସେମାନଙ୍କ ଟେଷ୍ଟ କିଟ୍‌ ସହ ଏହି ଫଟୋସୁଟ୍‌ କରିଛନ୍ତି । ଅନ୍ୟପଟେ ଫଟୋସୁଟ୍‌ କରୁଥିବା କ୍ୟାମେରାମ୍ୟାନ୍‌ ନିଜକୁ ପୂରାପୁରି ପିପିଇ କିଟ୍‌ରେ ଘୋଡ଼ାଇ ରଖିଛନ୍ତି । କାରଣ ଦକ୍ଷିଣ ଆଫ୍ରିକାରେ ଏବେ ମାତିଛି କୋଭିଡ୍‌ର ଓମିକ୍ରନ୍‌ ଭାରିଏଣ୍ଟ ।

ପ୍ରଥମେ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ କେଏଲ୍‌ ରାହୁଲଙ୍କର ଫଟୋସୁଟ୍‌ ହୋଇଥିଲା । ତାଙ୍କ ପଛକୁ ଓ୍ଵିକେଟ୍‌କିପର ଋଷଭ ପନ୍ତ, ମହମ୍ମଦ ସାମି, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ ପ୍ରମୁଖ କ୍ୟାମେରା ଆଗକୁ ଆସିଥିଲେ । ଏମାନଙ୍କ ପରେ ଆଗକୁ ଆସିଥିଲେ ଚେତେଶ୍ୱର ପୂଜାରା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ ଏବଂ ମୟଙ୍କ ଅଗ୍ରଓ୍ଵାଲ । ଆଉ ଶେଷରେ ଆସିଥିଲେ ଶ୍ରେୟଶ ଆୟର, ଉମେଶ ଯାଦବ, ଆର୍‌. ଅଶ୍ୱିନ୍‌, ରୋହିତ ଶର୍ମାଙ୍କ ସ୍ଥାନ ନେଇଥିବା ପ୍ରିୟାଙ୍କ ପାଞ୍ଚାଲ। ତେବେ ଏହି ଫଟୋ ସୁଟ୍‌ ବେଳେ ବେଶ୍‌ ମସ୍ତି ମଜା କରିଛନ୍ତି ଖେଳାଳିମାନେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.