Below header

ଆଜଲାନ୍‌ ଶାହ କପ୍‌ ହକି : ମନଦୀପଙ୍କ ‘ହ୍ୟାଟ୍ରିକ୍‌’ରେ ତୃତୀୟ ବିଜୟ ହାସଲ କଲା ଭାରତୀୟ ଦଳ

ଇପୋ (ମାଲେସିୟା) : ଏଠାରେ ଚାଲିଥିବା ସୁଲତାନ ଆଜଲାନ ଶାହ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ବିଜୟ ଅଭିଯାନ ଜାରି ରଖିଛି । ଗତକାଲି ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତ ୭-୩ ଗୋଲ୍‌ରେ କାନାଡ଼ାକୁ ପରାସ୍ତ କରିଛି । ଏହି ବିଜୟ ଫଳରେ ଭାରତୀୟ ଦଳ ମୋଟ୍‌ ୧୦ ପଏଣ୍ଟ ଲାଭ କରି ଗ୍ରୁପ୍‌ ଶୀର୍ଷରେ ରହିଛି । ଏପର୍ଯ୍ୟନ୍ତ ପୂର୍ବତନ ଚାମ୍ପିଅନ୍‌ ଦଳ ୩ଟି ବିଜୟ ଓ ଗୋଟିଏ ମ୍ୟାଚ୍‌ ଡ୍ର ରଖିଛି । ଗତକାଲିର ମ୍ୟାଚ୍‌ରେ ଭରତ ପକ୍ଷରୁ ମନଦୀପ ସିଂହ ତିନିଟି ଗୋଲ୍‌ କରି ‘ହ୍ୟାଟ୍ରିକ୍‌’ ଅର୍ଜନ କରିଥିଲେ । ମ୍ୟାଚ୍‌ର ୩୯ତମ ମିନିଟ୍‌ରେ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଗୋଟିଏ ଗୋଲ୍‌ ପେନାଲଟି କର୍ଣ୍ଣରରୁ କରିଥିଲେ । ଭାରତ ଆଜି ପୋଲାଣ୍ଡକୁ ଭେଟିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.