ଆଜି ଫାଇନାଲ ଟିକଟ ପାଇଁ ଭାରତ-ଜର୍ମାନି ମୁହାଁମୁହିଁ, ଓଡ଼ିଆ ଖେଳାଳି ସୁଦୀପଙ୍କ ଉପରେ ଫ୍ୟାନଙ୍କ ନଜର

କେନ୍ଯୁଜ୍: ବିଶ୍ୱକପ ଟ୍ରଫି ଠାରୁ ଆଉ ଦୁଇ ପାଦ ଦୂର । ଗତ ସଂସ୍କରଣର ଚାମ୍ପିଅନ ଭାରତ କ୍ୱାର୍ଟର ଫାଇନାଲରେ ଚମତ୍କାର ଫର୍ମକୁ ଆସିଛି । ଆଜି ଫାଇନାଲ ଟିକଟ ପାଇଁ ଗତ ସଂସ୍କରଣର ତୃତୀୟ ସ୍ଥାନରେ ଥିବା ଶକ୍ତିଶଳୀ ଜର୍ମାନି ସହ ଡିଫେଣ୍ଡିଂ ଚାମ୍ପିଅନ ଭାରତର ଲଢ଼େଇ ହେବ । କନିଷ୍ଠ ପୁରୁଷ ହକି ବିଶ୍ୱକପରେ ସେମି ଫାଇନାଲରେ ଭାରତ-ଜର୍ମାନି ଓ ଦ୍ୱିତୀୟରେ ଫ୍ରାନ୍ସ-ଆର୍ଜେଣ୍ଟିନା ମୁହାଁମୁହିଁ ହେବେ । ଉଭୟ ମ୍ୟାଚ ଆଜି ଖେଳାଯିବ ।

ବୁଧବାର ଖେଳାଯାଇଥିବା ଚାରିଟି କ୍ୱାର୍ଟର ଫାଇନାଲ ମ୍ୟାଚରେ ବିଜୟୀ ହୋଇ ଜର୍ମାନି, ଆର୍ଜେଣ୍ଟିନା ଫ୍ରାନ୍ସ ଓ ଭାରତ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଭାରତ-ଜର୍ମାନି ମ୍ୟାଚ୍‌ ସଂଧ୍ୟା ସାଢ଼େ ସାତଟାରେ ଖେଳାଯିବ । ଫ୍ୟାନଙ୍କ ନଜର ରହିଛି ଓଡ଼ିଆ ଖେଳାଳି ସୁଦୀପଙ୍କ ଉପରେ । ସେ ଜୁନିଅର ପୁରୁଷ ହକି ବିଶ୍ୱକପରେ ଲଗାତର ଭଲ ପ୍ରଦର୍ଶନ କରି ଆସୁଛନ୍ତି । ସେହିଭଳି ଗୋଲ କିପର ପ୍ରଶାନ୍ତ ଚୌହାନଙ୍କ ଉପରେ ନଜର ରହିଛି । ବେଲଜିୟମ ବିପକ୍ଷରେ ଭଲ ପ୍ରଦର୍ଶନ କରି ଭାରତୀୟ ଦଳକୁ ଜିତାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.