Below header

ଆଇପିଏଲ ୨୦୨୩ : ତୃତୀୟ ଦିନରେ ରହିଛି ଦୁଇଟି ମ୍ୟାଚ୍‌, ରାଜସ୍ଥାନ ବନାମ ହାଇଦ୍ରାବାଦ ଏବଂ ମୁମ୍ବାଇ ବନାମ ବାଙ୍ଗାଲୋର

ଆଜି ଆଇପିଏଲରେ ଦୁଇ ଦୁଇଟି ମ୍ୟାଚ୍‌ । ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ସହିତ ରାଜସ୍ଥାନ ରୟାଲ୍ସର ହେବ ଟକ୍କର । ସେହିପରି ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ରବିବାର ଆଇପିଏଲରେ ଡବଲ ଧମାକା । ଦ୍ୱିତୀୟଥର ଟ୍ରଫି ଆଶାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ- ସନରାଇଜର୍ସ ହାଇଦ୍ରାବାଦ । ଆଜି ସନରାଇଜର୍ସ ହାଇଦ୍ରାବାଦ ସହିତ ମୁହାଁମୁହିଁ ହେବ ରାଜସ୍ଥାନ ରୟାଲ୍ସ । ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଖେଳିବ ରାଜସ୍ଥାନ ରୟାଲର୍ସ । ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂ ଲାଇନ ଦୃଢ଼ ରହିଛି । ହେଲେ ଗତ ଦୁଇ ସିଜିନରେ ଉପରକୁ ଉଠିବାକୁ ସଂଘର୍ଷ କରୁଛି । ଚଳିତବର୍ଷ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଏଡେନ୍ ମାରକ୍ରାମଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି ।

ସନରାଇଜର୍ସ ହାଇଦ୍ରାବାଦ :  ମୟଙ୍କ ଅଗ୍ରଓ୍ଵାଲ, ନୀତିଶ କୁମାର ରେଡି, ରାହୁଲ ତ୍ରିପାଠୀ, ସମର୍ଥ ବ୍ୟାସ୍‌, ଅଭିଷେକ ଶର୍ମା, ମୟଙ୍କ ଦାଗର, ସନବୀର ସିଂ, ଭିଭ୍ରାନ୍ତ ଶର୍ମା, ଓ୍ଵାଂଶିଟନ ସୁନ୍ଦର, ଗ୍ଲେନ ଫିଲିପ୍ସ, ଉପେନ୍ଦ୍ର ଯାଦବ, ଆଦିଲ ରସିଦ, ଭୁବନେଶ୍ୱର କୁମାର, ଟି ନଟରାଜନ, ଉମ୍ରାନ ମଲ୍ଲିକ ।

ରାଜସ୍ଥାନ ରୟାଲ୍ସ : ଦେବଦତ ପାଡିକିଲ୍ଲି, ଜୋ ରୁଟ, ସିମ୍ରନ ହେଟମାୟାର, ୟଶସ୍ୱୀ ଜୟସଓ୍ଵାଲ,  ଜ୍ୟାସନ ହୋଲ୍ଡର, ରବିଚନ୍ଦ୍ରନ ଅଶ୍ୱିନ, ଜୋସ ବଟଲର, ସଞ୍ଜୁ ସାମସନ, ଆଡମ ଜାମ୍ପ, କୁଳଦୀପ ସେନ, କୁଲଦୀପ ଯାଦବ, ନବଦୀନ ସଇନି, ସନ୍ଦୀପ ଶର୍ମା, ଟ୍ରେଣ୍ଟ ବୋଲ୍ଡ, ୟୁଜବେନ୍ଦ୍ର ଚହଲ ।

ସେହିପରି ଆଜି ସନ୍ଧ୍ୟାରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବାଙ୍ଗାଲୋରର ଏମ ଚିନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍‌ । ରୋହିତ ଶର୍ମାଙ୍କ ଟିମ୍ ଗତ ସିଜିନରେ ସବୁଠୁ ତଳେ ରହିଥିଲା । ଟିମରେ ଇଶାନ କିଶନ, ସୂର୍ଯ୍ୟ କୁମାର ଯାଦବଙ୍କ ଭଳି ବ୍ୟାଟର ଅଛନ୍ତି । ଆରସିବିର ନେତୃତ୍ୱ ନେଉଛନ୍ତି ଫାଫ୍ ଡୁପ୍ଲେସିସ୍ । ଟିମରେ ଅଛନ୍ତି ବିରାଟ କୋହଲି, ମହମ୍ମଦ ସିରାଜ, ହର୍ଷଲ ପଟେଲ, ଦିନେଶ କାର୍ତ୍ତିକଙ୍କ ଭଳି ଖେଳାଳି ଅଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା , ଇଶାନ କିଶନ, କ୍ୟାମେରନ୍ ଗ୍ରୀନ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଟିମ୍ ଡେଭିଡ, ହ୍ରିତିକ ଶୋକିନ, କୁମାର କାର୍ତ୍ତିକେୟ, ଜୋଫ୍ରା ଆର୍ଚର, ଅର୍ଶଦ ଖାନ, ଏବଂ ଜେସନ ବେହନଣ୍ଡ୍ରଫ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ୍ ଡୁ ପ୍ଲେସିସ୍ , ବିରାଟ କୋହଲି, ସୁୟାଶ ପ୍ରଭୁଦେଶାଇ, ମହିପାଲ ଲାମରୋର, ଗ୍ଲେନ ମ୍ୟାକ୍ସେଓ୍ଵଲ, ମାଇକେଲ ବ୍ରାସେଓ୍ଵଲ, ଶାହାବାଜ ଏହମଦ, ଦିନେଶ କାର୍ତ୍ତିକ, ରେସେ ଟୋପଲେ, ହର୍ଷଲ ପଟେଲ, ମହମ୍ମଦ ସିରାଜ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.