ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପୁଣି ବାଜି ମାରିପାରେ ଗୁଜରାଟ ଟାଇଟନ୍ସ

ଆଜି ଆଇପିଏଲରେ ୨୧ତମ ଲିଗ୍ ମ୍ୟାଚରେ ପରସ୍ପରକୁ ଭେଟିବେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ । ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ସିଜନର ପ୍ରଥମ ବିଜୟ କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ହେଲେ ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଏପର୍ଯ୍ୟନ୍ତ କୌଣସି ପରାଜୟର ସାମ୍ନା କରିନାହିଁ । ପ୍ରଥମ ୩ଟି ମ୍ୟାଚ ଜିତି ଗୁଜରାଟର ମନୋବଳ ବଢିଯାଇଛି।

ଶୁକ୍ରବାର ଏକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ହରାଇବା ପରେ ଗୁଜରାଟ ଟାଇଟନ୍ସକୁ ଏଥର ଟାଇଟଲ୍‌ ଦାବିଦାର ଭାବେ ଗଣାଯାଉଛି।ବ୍ୟାଟିଂ ହେଉ ଅବା ବୋଲିଂ ସବୁଥିରେ ଦଳ ଦମଦାର ପ୍ରଦର୍ଶନ କରୁଛି। ଦଳଗତ ପ୍ରଦର୍ଶନ ଓ ହାର୍ଦ୍ଦିକଙ୍କ ନେତୃତ୍ୱକୁ ସମସ୍ତେ ପସନ୍ଦ କରୁଛନ୍ତି।

ସେହିପରି ସନରାଇଜର୍ସ ଦଳ ନିକଟରେ ଦମଦାର ବୋଲର ରହିଛନ୍ତି। କିନ୍ତୁ ବ୍ୟାଟିଂ ବିଭାଗ ସଦୃଢ ହୋଇନାହିଁ । ଦଳରେ ଷ୍ଟାର ବ୍ୟାଟର ରହିଥିଲେ ହେଁ ଏପର୍ଯ୍ୟନ୍ତ କମାଲ ଦେଖାଇ ନାହାନ୍ତି । ଆଜିର ମ୍ୟାଚ୍ରେ ରସିଦ ଖାନଙ୍କ ଉପରେ ନଜର ରହିବ ।

ସନରାଇଜର୍ସ: ଅଭିଷେକ ଶର୍ମା, କେନ ୱିଲିୟମସନ(ଅଧିନାୟକ), ରାହୁଲ ତ୍ରିପାଠୀ, ନିକୋଲାସ ପୂରନ, ଆଡେନ ମାରକ୍ରମ, ୱାସିଂଟନ ସୁନ୍ଦର, ଅବଦୁଲ ସମଦ, ରୋମାରିଓ ସେଫର୍ଡ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ, ଟି ନଟରାଜନ ।

ଗୁଜରାଟ ଟାଇଟନ୍ସ: ଶଭୁମନ ଗିଲ, ମାଥ୍ୟୁ ୱେଡ୍/ ରହମନୁଲ୍ଲା ଗୁରବାଜ, ବିଜୟ ଶଙ୍କର, ଅଭିନବ ମନୋହର, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ୍ ମିଲର, ରାହୁଲ ତେୱାତିଆ, ରସିଦ ଖାନ, ଦର୍ଶନ ନାଲକନ୍ଦେ, ଲୋକି ଫର୍ଗୁସନ, ମହମ୍ମଦ ସାମି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.