Below header

ଟାଟାର ନୂଆ ଆପ୍ TATA NEU: ଡାଉନଲୋଡ କରି ଗୋଟେ ଆପରେ ପାଆନ୍ତୁ ଏହି ସବୁ ସୁବିଧା

ବର୍ତ୍ତମାନ ଅନେକ ଫୋନ୍ କମ୍ପାନୀ ଠାରୁ ଆରମ୍ଭ କରି ମୋବାଇଲ ଆପ୍ କମ୍ପାନୀ ଗୁଡ଼ିକ ବିଭିନ୍ନ ପ୍ରକାରର ଆପ୍ଲିକେସନ୍ ବାହାର କରୁଛନ୍ତି। ଏମିତିକି ଫରେନ୍ ଆପ୍ ବ୍ୟାନ ହେବା ପରେ ଅନେକ ବଡ଼ ବଡ଼ କମ୍ପାନୀ ମଧ୍ୟ ଭାରତୀୟ ଗ୍ରହକଙ୍କ ପାଇଁ ତିଆରି କରୁଛନ୍ତି ମୋବାଇଲ ଆପ୍। ଯେମିତି ଟାଟା କମ୍ପାନୀ ମଧ୍ୟ ନିଜର ଆପ୍ ତିଆରି କରିଛି TATA NEU। ତେବେ ଏହି ଆପ୍ କୁ ଯଦି ଆପଣ ଚାହିଁବେ ତେବେ ନିଜ ଫୋନରେ ଡାଉନଲୋଡ କରିପାରିବେ। କାରଣ ଏଥିରେ ଏମିତି କିଛି ଲାଭଦାୟକ ପ୍ରୋଗ୍ରାମ ରହିଛି ଯାହା ଆପଣଙ୍କ ଲାଇଫଷ୍ଟାଇଲରେ କାମ ଦେବ।

tata app
picture credit- businesstoday.in

ତେବେ ଆସନ୍ତୁ ଜାଣିବା ଏହି ଟାଟା ଆପ୍ ବିଷୟରେ। ଟାଟା ଗ୍ରୁପର ଏହି ଆପକୁ ଭାରତର ପ୍ରଥମ ସୁପର ଆପ୍ କୁହାଯାଏ। ଟାଟାର ଏହି NEU ଆପ୍ ଆଣ୍ଡ୍ରଏଡ ଓ ଆଇଓଏସ, ଦୁଇଟି ପ୍ଲାଟଫର୍ମ ପାଇଁ ଲଞ୍ଚ କରାଯାଇଛି। ଏହି ଆପ୍ ର ସାଇଜ ୧୦୫ MB। ପୂର୍ବରୁ ଏହି ଆପକୁ କେବଳ ଟାଟା ସମୂହ କର୍ମଚାରୀମାନେ ହିଁ ବ୍ୟବହାର କରି ପାରୁଥିଲେ। କିନ୍ତୁ ଚଳିତ ବର୍ଷ ଅର୍ଥାତ୍ ୨୦୨୨ ମହିହା ଅପ୍ରେଲ ୭ ତାରିଖ ପରେ ବର୍ତ୍ତମାନ ଏହି ସୁପର ଆପକୁ ସାଧାରଣ ଲୋକ ମଧ୍ୟ ଆକ୍ସେସ କରିପାରିବେ ବା ବ୍ୟବହାର କରିପାରିବେ। ଅନଲାନ ସପିଙ୍ଗ କରିବା ପାଇଁ ଏଥିରେ ସବୁ ସୁବିଧା ଉପଲବ୍ଧ। ଏହି ଆପ୍ ସାହାଯ୍ୟରେ ଆପଣ ଅତି ସହଜରେ ଫ୍ଲାଇଟ ଟିକେଟ ଓ ହୋଟେଲ ଟିକେଟ ବୁକିଙ୍ଗ କରିପାରିବେ। ଏହା ସହିତ ଏହି ଆପ୍ ସାହାଯ୍ୟରେ ଘରର କୌଣସି ଜିନିଷ ଠାରୁ ଆରମ୍ଭ କରି ମେଡିସିନ ଓ ଇଲେକ୍ଟ୍ରୋନିକ୍ସ ଏବଂ ଡ୍ରେସ ମଧ୍ୟ ଆପଣ କିଣିପାରିବେ।

ଟାଟା ନେଉ ଆପରେ ପ୍ରତ୍ୟେକ ବ୍ରାଣ୍ଡ, ନିଉକଏନ୍ସ ନାମକ ଏକ କମନ୍ ରିୱାର୍ଡ ସହିତ ଯୋଡି ହୋଇ ରହିଛି। ଯେଉଁଥିରେ ଆପଣ କଏନ ଇନକମ୍ କରିପାରିବେ। ଏହା ଗୁଗଲ ପେ ଓ ଫୋନ୍ ପେ ପରି ମଧ୍ୟ ଆପଣଙ୍କୁ ସୁଯୋଗ ଦେବ ଟାଟା ପେ UPI ଟ୍ରାଞ୍ଜାକ୍ସନ୍ କରିବାକୁ । ଆପଣ ଏହି ଆପରେ ମନି ଟ୍ରାଞ୍ଜାକ୍ସନ୍ ମଧ୍ୟ କରିପାରିବେ। ଏଥିରେ ଆପଣ IPL ମ୍ୟାଚ ମଧ୍ୟ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.