IPL 2020 : ଆଜି ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମୁହାମୁହିଁ, ପୁଣି ବାଜି ମାରିପାରେ ଚେନ୍ନାଇ

କରୋନା କଟକଣା ମଧ୍ୟରେ ଚାଲିଥିବା କ୍ରିକେଟ ମହାକୁମ୍ଭ ଆଇପିଏଲ୍‌ ୧୩ ସିଜିନର ଚତୁର୍ଥ ମ୍ୟାଚରେ ଦୁଇ ପୂର୍ବ ବିଜେତା ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମୁହାଁମୁହିଁ ହେବେ। ଉଦଘାଟନୀ ମ୍ୟାଚରେ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲ। ଏପରି ସ୍ଥଳେ ଚେନ୍ନାଇ ସୁପରକିଙ୍ଗ୍ସକୁ ରୋକିବା ରାଜସ୍ଥାନ ରୟାଲ୍ସ ପାଇଁ ନିଶ୍ଚିତ ଭାବେ କଷ୍ଟକର ହେବ। ଉଭୟେ ଟିମ୍‌ରେ ବହୁ ଦମଦାର ଖେଳାଳି ଥିବାରୁ ଆଜିର ମ୍ୟାଚ ବେଶ ଉତ୍ସାହଜନକ ରହିବ ବୋଲି ଆଶା କରାଯାଉଛି।

ସମ୍ଭାବ୍ୟ ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଅମ୍ବାତି ରାୟୁଡୁ, ଫାଫ୍ ଡୁ’ପ୍ଲେସିସ୍, ସେନ୍ ୱାଟସନ୍, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ଦୀପକ ଚହର, ପୀୟୂଷ ଚାୱଲା, ସାମ୍ କରନ, ମୁରଲୀ ବିଜୟ, ଜୋସ୍ ହାଜେଲଉଡ୍, ଏନ୍ ଜଗଦୀଶ, କର୍ଣ୍ଣ ଶର୍ମା, ଲୁଙ୍ଗି ଏନଗିଡ଼ି।

ସମ୍ଭାବ୍ୟ ରାଜସ୍ଥାନ ରୟାଲ୍ସ: ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ରବିନ ଉଥାପ୍ପା, ସଞ୍ଜୁ ସାମସନ୍, ଜୋଫ୍ରା ଆର୍ଚର, ଓସାନେ ଥୋମାସ, ଯଶସ୍ବୀ ଜୟସ୍ବାଲ, ଆଣ୍ଡ୍ର୍ୟୁ ଟାଏ, ଡେଭିଡ୍ ମିଲର, ଟମ୍ କୁରାନ, ମନନ ଭୋରା, ଶ୍ରେୟସ୍ ଗୋପାଳ, ରିୟାନ ପରାଗ, ବରୁଣ ଆରୋନ, ମୟଙ୍କ ମାର୍କଣ୍ଡ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.