ଚାମ୍ପିଅନ ହେବା ପରେ ପଡିଆରେ ‘କାଲା ଚଷମା’ ଗୀତରେ ଡ୍ୟାନ୍ସ କଲେ ଅଣ୍ଡର-୧୯ ଟିମ୍‌ ଖେଳାଳି, ଦେଖନ୍ତୁ ଭିଡିଓ

ଅଣ୍ଡର-୧୯ ବିଶ୍ୱକପ ଜିତିବା ପରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଖୁସି ନ କହିଲେ ସରେ । ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଯାହାକୁ ଭାରତ ୭ ଓ୍ଵିକେଟରେ ଜିତିନେଇଥିଲା । ଇଂଲଣ୍ଡ ୧୭ ଓଭରରେ ୬୮ ରନରେ ଅଲଆଉଟ୍‌ ହୋଇଥିଲା । ତେବେ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଟିମ୍‌ ଅଲଗା ଅନ୍ଦାଜରେ ବିଜୟ ଉତ୍ସବ ପାଳନ କରିଥିଲା ।

ବିଶ୍ୱକପ ଜିତିବା ପରେ ଟିମ୍‌ ‘କାଲା ଚଷମା’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଭିଡିଓରେ ଖେଳାଳି କାଲା ଚଷମା ଗୀତର ବିଟ୍‌ରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ଯାହାର ଭିଡିଓ ଆଇସିସି ଦ୍ୱାରା ସୋସିଆଲ ମିଡିଆରେ ସେୟାର ହୋଇଛି । ଏହି ଭିଡିଓକୁ ବେଶ୍‌ ପସନ୍ଦ କରାଯାଉଛି। ଏହି ଭିଡିଓକୁ ପାଖାପାଖି ୨.୫ ଲକ୍ଷ ଲୋକ ଲାଇକ୍‌ କରିସାରିଲେଣି । ଏହାକୁ ନେଇ ଅନେକ କମେଣ୍ଟ ମଧ୍ୟ କରୁଛନ୍ତି ।

 

View this post on Instagram

 

A post shared by ICC (@icc)

ତେବେ ଫାଇନାଲ ମ୍ୟାଚରେ ଭାରତୀୟ ଟିମ୍‌ ଭଲ ବୋଲିଂ, ବ୍ୟାଟିଂ ଏବଂ ଫିଲିଡିଂ କରିଥିଲା । ତିତସ ଦାସ ସାଧୁ ୨ଟି ଓ୍ଵିକେଟ, ଅର୍ଚ୍ଚନା ଦେବୀ ୨ଟି, ପାର୍ଶ୍ୱୀ ଚୋପ୍ରା ୨ଟି ଓ୍ଵିକେଟ ନେଇଥିଲେ । ସେହିଭଳି ମନ୍ନତ କଶ୍ୟପ ଏବଂ ଅଧିନାୟିକା ଶେଫାଳୀ ବର୍ମା ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଅଣ୍ଡର-୧୯ ଟିମ୍‌ ବିଶ୍ୱକପ ଜିତିବା ପରେ ବିସିସିଆଇ ପକ୍ଷରୁ କୋଟି କୋଟି ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରାଯାଇଛି। ଜୟ ଶାହା ଟିମର ଖେଳାଳି ଏବଂ ସପୋର୍ଟ ଷ୍ଟାଫକୁ ୫ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.