Below header

ବିଶ୍ବକପ ୨୦୨୩ ପାଇଁ ଭେନ୍ୟୁ ଘୋଷଣା: ଭାରତରେ ୯ଟି ସ୍ଥାନରେ ଖେଳାଯିବ ମ୍ୟାଚ, ୧୫ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମ୍ୟାଚ

ବିଶ୍ବକପ ୨୦୨୩ ଚଳିତବର୍ଷ ଭାରତରେ ଆୟୋଜନ ହେବ । ଏଥିପାଇଁ ମଇଦାନ ଚୟନ ହୋଇସାରିଛି । ଆଇସିସି ଖୁବଶୀଘ୍ର ଜାରି କରିବ ଲିଷ୍ଟ । ଅହମଦାବାଦରେ ୧୫ ଅକ୍ଟୋବରରେ ହେବ ଭାରତ ଏବଂ ପାକିସ୍ତାନ ମ୍ୟାଚ ।

ବିଶ୍ବକପ ୨୦୨୩ର ଆୟୋଜନ ଏଥର ଭାରତରେ ହେବ । ଏହାକୁ ନେଇ ଆଇସିସି ପ୍ରସ୍ତୁତି ଆରମ୍ଭ କରିଦେଇଛି । ରିପୋର୍ଟ ମୁତାବକ, ଭାରତରେ ଖେଳାଯିବାକୁ ଥିବା ବିଶ୍ବକପ ପାଇଁ ସ୍ଥାନ ଚୟନ ହୋଇଛି । ଖୁବଶୀଘ୍ର ଏହାର ଘୋଷଣା କରାଯିବ । ତେବେ ବିଶ୍ବକପ ପାଇଁ ଚୟନ ହୋଇଥିବା ସ୍ଥାନ ମଧ୍ୟରେ ଅହମଦାବାଦ, ଲକ୍ଷ୍ମୌ, ମୁମ୍ବାଇ ଦିଲ୍ଲୀ ସହିତ କଲିକତାର ସ୍ଥାନ ରହିଛି ।  ଏହି ତାଲିକାରେ ଭାରତର ୯ଟି ସ୍ଥାନକୁ ଚୟନ କରାଯାଇଛି ।

ବିଶ୍ବକପକୁ ନେଇ ମଇଦାନ ଲିଷ୍ଟ ଏପର୍ଯ୍ୟନ୍ତ ଅଫିସିଆଲ ଘୋଷଣା କରାଯାଇନାହଁ । ଖବର ମୁତାବକ, ବିଶ୍ବକପ ପାଇଁ ୯ଟି ସ୍ଥାନ ପାଇଁ ଲିଷ୍ଟ କରାଯାଇଛି । ଅହମଦାବାଦ, ଚେନ୍ନାଇ, ଲକ୍ଷ୍ନୌ, ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ, କୋଲକତା, ପୁନେ, ଧର୍ମଶାଳା ସାମିଲ ରହିଛି । ରିପୋର୍ଟ ମୁତାବକ, ହାଇଦ୍ରାବାଦକୁ ସ୍ଥାନ ମିଳିନାହିଁ ।

ସୂଚନାଯୋଗ୍ୟ, ବିଶ୍ବକପ ୨୦୨୩ ମ୍ୟାଚରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ଅକ୍ଟୋବରରେ ମ୍ୟାଚ୍‌ ଖେଳାଯିବ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ୮ ଅକ୍ଟୋବରରୁ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଚେନ୍ନାଇରେ ଖେଳାଯିବ । ଏହାପରେ ଅକ୍ଟୋବର ୧୧ରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯବ । ପୁନେ, ଧର୍ମଶାଳା, ଲକ୍ଷ୍ନୌ ଏବଂ ମୁମ୍ବାଇରେ ଭାରତର ମ୍ୟାଚ୍‌ ଖେଳାଯିବ ।

୨୦୧୪ ପରେ ଭାରତ କୌଣସି ଆଇସିସି ଟାଇଟଲ ଜିତିନାହିଁ । ଟିମ୍‌ ଇଣ୍ଡିଆ ୪ ଥର ଫାଇନାଲରେ ପରାଜୟ ବରଣ କରିଛି । ଏହାଛଡା ୪ ଥର ସେମିଫାଇନାଲରେ ମଧ୍ୟ ପରାଜୟ ସାମ୍ନା କରିଛି ।

୨୦୨୩-୩୧ ମଧ୍ୟରେ ବିଶ୍ଵ କ୍ରିକେଟ୍‌ର କାର୍ଯ୍ୟସୂଚୀ ମଧ୍ୟ ଜାରି କରିଛି। ୨୦୨୭ ଓ ୨୦୩୧ ବିଶ୍ଵ କପ୍‌ରେ ୧୪ଟି ଦଳ ଅଂଶ ଗ୍ରହଣ କରିବେ। ଏଥିରେ ମୋଟ୍ ୫୪ଟି ମୁକାବିଲା ଖେଳାଯିବ। ବିଶ୍ଵକପ୍ ୨୦୦୩ ପରି ସୁପର-୬ ଫର୍ମାଟରେ ଆୟୋଜନ ହେବ। ଦୁଇଟି ଗ୍ରୁପରେ ୭-୭ ଦଳ ରହିବେ। ପ୍ରତି ଦଳ ୬ଟି ଲେଖାଏଁ ମ୍ୟାଚ୍ ଖେଳିବେ। ପ୍ରତି ଗ୍ରୁପର ଶୀର୍ଷ ୩ ଦଳ ସୁପର-୬ରେ ପ୍ରବେଶ କରିବେ। ପୁଣି ସୁପର ସିକ୍ସରେ ପ୍ରତି ଦଳ ପାଞ୍ଚଟି ଲେଖାଏଁ ମ୍ୟାଚ୍ ଖେଳିବେ। ଏହା ପରେ ପଏଣ୍ଟ ଆଧାରରେ ୪ଟି ଦଳ ସେମି ଫାଇନାଲରେ ପ୍ରବେଶ କରିବେ। ଏମିତି ଘୋଷଣା କରିଛି ଆଇସିସି ।  ୨୦୨୩-୩୧ ମଧ୍ୟରେ ପୁରୁଷ କ୍ରିକେଟ୍‌ର ୧୨ ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.