Below header

କରୋନା ପୀଡିତଙ୍କୁ ସାହାଯ୍ଯ କରିବା ପାଇଁ ଆଗେଇ ଆସିଲେ ବିରାଟ ଏବଂ ଅନୁଷ୍କା, ଦାନ କଲେ ୨ କୋଟି ଟଙ୍କା

ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା କରୋନା ମହାମାରୀ ବିରୋଧରେ ଦେଶବାସୀଙ୍କ ସହାୟତା ପାଇଁ ହାତ ବଢାଇଛନ୍ତି। ଦୁହେଁ ସାଧାରଣ ଜନତାଙ୍କ ପାଇଁ ଅର୍ଥ ସଂଗ୍ରହ କରୁଥିବା ସଂସ୍ଥା Ketto ଜରିଆରେ ଅର୍ଥ ଏକାଠି କରୁଛି। ନିଜେ ବିରାଟ ଏବଂ ଅନୁଷ୍କା କରୋନା ଲଢେଇରେ ସାମିଲ ହେବା ପାଇଁ ୨ କୋଟି ଟଙ୍କା ଦାନ କରିଛନ୍ତି।

କୋହଲି ଏବଂ ଅନୁଷ୍କାଙ୍କ ପକ୍ଷରୁ ଏକ ପ୍ରେସ ରିଲିଜ କରାଯାଇଛି, ଯେଉଁଥିରେ ବିରାଟ କୋହଲି ଏବଂ ଅନୁଷ୍କା ଭାରତରେ ଥିବା କୋଭିଡ ସହାୟତା କୋଷ ପାଇଁ ୭ କୋଟି ଟଙ୍କା ସଂଗ୍ରହ ପାଇଁ ଲକ୍ଷ୍ଯ ରଖିଛି। ଏହି ଅଭିଯାନ କିଟୋ ୭ ଦିନ ପର୍ଯ୍ଯନ୍ତ ଚାଲିବ। ଏହା ଅଧିନରେ ଆଦାୟ ହୋଇଥିବା ଧନରାଶିକୁ ଏସିଟି ଗ୍ରାଣ୍ଟସ ନାମକ ସଂସ୍ଥାକୁ ଦିଆଯିବ। ଏହି ସଂସ୍ଥା ଅକ୍ସିଜେନ ଏବଂ ଚିକିତ୍ସା କ୍ଷେତ୍ରରେ ଜଡିତ ଅନ୍ଯ ସୁବିଧା ଯୋଗାଇବା ପାଇଁ କାମ କରିଥାଏ।

 

View this post on Instagram

 

A post shared by Virat Kohli (@virat.kohli)

କୋହଲି କହିଛନ୍ତି, ଆମ ଦେଶ ଏବେ ମୁସ୍କିଲ ସମୟରେ ଗତି କରୁଛି। ଏବେ ଆମେ ସମସ୍ତେ ଏକଜୁଟ ହୋଇ ଏହା ବିରୋଧରେ ଲଢେଇ କରିବା ଉଚିତ। ଦୁହେଁ ଏହି ଭାଇରସ ବିରୋଧରେ ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ଯ କରିବାକୁ ଚେଷ୍ଟା କରୁଛନ୍ତି। ଆମେ ଏକଜୁଟ ହୋଇ କାମ କଲେ ନିଶ୍ଚିତ ଏହି ମହାମାରୀକୁ ସଫଳତାର ସହ ହରାଇ ପାରିବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.