ସାମ୍ନାକୁ ଆସିଲା ଭାମିକାଙ୍କ ପ୍ରଥମ ଫଟୋ, ଦେଖିବାକୁ ବିଲକୁଲ ବିରାଟଙ୍କ ଭଳି

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଇସିସି ୱାଲର୍ଡ ଚାମ୍ପିଅନସିପ ଫାଇନାଲକୁ ନେଇ ପ୍ରସ୍ତୁତ ରହିଛନ୍ତି। ବିରାଟ ଏବଂ ପତ୍ନୀ ଅନୁଷ୍କା ଏବେ ତାଙ୍କ ସହିତ ଇଂଲଣ୍ଡ ଗସ୍ତରେ ରହିଛନ୍ତି।

ଟିମ ଇଣ୍ଡିଆ ଚାଟାର୍ଡ ବିମାନରେ ଇଂଲଣ୍ଡ ଗସ୍ତ କରିଥିଲା। ଯାହା ପରେ ସୋସିଆଲ ମିଡିଆରେ ଫଟୋ ଭାଇରଲ ହୋଇଥିଲା। ଯେଉଁଥିରେ ବିରୁଷ୍କାଙ୍କ ଝିଅ ସହିତ ଭାମିକା ମଧ୍ୟ ନଜର ଆସିଥିଲେ। ଏହି ସମୟରେ ଅନୁଷ୍କା ଝିଅକୁ କୋଳରେ ଧରି ଯାଉଥିବା ବେଳେ ଫୋଟାଗ୍ରାଫର ଭାମିକାଙ୍କ ଫଟୋ କ୍ଲିକ କରିଥିଲେ। ଏହି ଫଟୋରେ ଭାମିକାଙ୍କ ମୁହଁ ପରିସ୍କାର ଭାବେ ନଜର ଆସିଛି। ଫଟୋରେ ଭାମିକା ପୁରା ବିରାଟଙ୍କ ଭଳି ନଜର ଆସୁଛନ୍ତି।

ସୂଚନାଯୋଗ୍ଯ, ଜାନୁଆରୀ ୧୧, ୨୦୨୧ରେ ବିରାଟ ଏବଂ ଅନୁଷ୍କା ଶିଶୁ କନ୍ଯାକୁ ଜନ୍ମ ଦେଇଥିଲେ। କିନ୍ତୁ ଏପର୍ଯ୍ଯନ୍ତ ଭାମିକାଙ୍କ ଫଟୋ ସାମ୍ନାକୁ ଆସିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.