ଶତକ କରିପାରିଲେନି ହେଲେ ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ସଚିନ ତେନ୍ଦୁଲକର ୧୯୯୪,୧୯୯୬,୧୯୯୭,୨୦୦୦ ଏବଂ ୨୦୦୭ରେ ଦିନିକିଆରେ ୧୦୦୦ ରନ୍‌ରୁ ଅଧିକ କରିଛନ୍ତି । କୋହଲି ୨୦୧୧, ୨-୧୨, ୨୦୧୪, ୨୦୧୭, ୨୦୧୮, ୨୦୧୯ ଏବଂ ଅନ୍ୟ ୨୦୨୩ ଦିନିକିଆରେ ୧୦୦୦ ରନ୍‌ କରିଛନ୍ତି । ଚଳିତ ବର୍ଷ କୋହଲି ୨୩ଟି ଦିନିକିଆରେ ୨୦ଟି ଇନିଂସରେ ୧୦୫୪ ରନ୍‌ କରିଛନ୍ତି ।

ବିଶ୍ୱକପ ୨୦୨୩ ମ୍ୟାଚରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ଦଳ ମୁହାଁମୁହିଁ ହୋଇଛନ୍ତି । ଶ୍ରୀଲଙ୍କା ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଏହି ମ୍ୟାଚରେ ବିରାଟ କୋହଲି ତାଙ୍କର ୪୯ ତମ ଶତକରୁ ବଞ୍ଚିତ ହୋଇଛନ୍ତି । ବିରାଟ କୋହଲି ୯୪ ବଲରେ ୮୮ ରନ କରି ଆଉଟ୍‌ ହୋଇଛନ୍ତି । ହେଲେ କୋହଲି ୮ମ ଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ୍‌ ପୂରଣ କରିଛନ୍ତି । ଏହି ମାମଲାରେ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି ବିରାଟ କୋହଲି । ବିରାଟ କୋହଲି କ୍ୟାରିଅରର ୭୦ ତମ ଅର୍ଦ୍ଧଶତକ ମାରିଛନ୍ତି ।

ସଚିନ ତେନ୍ଦୁଳକର ୧୯୯୪,୧୯୯୬,୧୯୯୭,୨୦୦୦ ଏବଂ ୨୦୦୭ରେ ଦିନିକିଆରେ ୧୦୦୦ ରନ୍‌ରୁ ଅଧିକ କରିଛନ୍ତି । କୋହଲି ୨୦୧୧, ୨-୧୨, ୨୦୧୪, ୨୦୧୭, ୨୦୧୮, ୨୦୧୯ ଏବଂ ଅନ୍ୟ ୨୦୨୩ ଦିନିକିଆରେ ୧୦୦୦ ରନ୍‌ କରିଛନ୍ତି । ଚଳିତ ବର୍ଷ କୋହଲି ୨୩ଟି ଦିନିକିଆରେ ୨୦ଟି ଇନିଂସରେ ୧୦୫୪ ରନ୍‌ କରିଛନ୍ତି । ଏଥିରେ ୪ଟି ଶତକ ଏବଂ ୬ଟି ଅର୍ଦ୍ଧଶତକ ରହିଛି । ଏଥିରେ ୧୬୬ ଅପରାଜିତ ସର୍ବଶ୍ରେଷ୍ଠ ଇନିଂସ ରହିଛି ।

ବିଶ୍ୱକପରେ ସର୍ବାଧିକ ୫୦+ ସ୍କୋର :

୨୧- ସଚିନ ତେନ୍ଦୁଲକର (୪୪ ଇନିଂସ)
୧୩- ବିରାଟ କୋହଲି (୩୩ ଇନିଂସ)
୧୨- କୁମାର ସଙ୍ଗକାରା (୩୫ ଇନିଂସ)
୧୨- ଶାକିବ ଅଲ ହସନ (୩୫ ଇନିଂସ)
୧୨- ରୋହିତ ଶର୍ମା (୨୪ ଇନିଂସ)

ସୂଚନାଯୋଗ୍ୟ, ଆଜିର ବିଶ୍ୱକପ ମ୍ୟାଚରେ ଶ୍ରୀଲଙ୍କା ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଭାରତ ପ୍ରଥମେ ବ୍ୟାଟିଂ ଏପର୍ଯ୍ୟନ୍ତ ୫ ଓ୍ଵିକେଟ ହରାଇ ୩୦୮ ରନ୍‌ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.