Below header

ମାତୃତ୍ୱ ଦିବସରେ ମା’ ଏବଂ ଅନୁଷ୍କା ଏବଂ ଝିଅକୁ ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି, ସେୟାର କଲେ ପୋଷ୍ଟ

ମାତୃତ୍ୱ ଦିବସରେ ମା’ ଏବଂ ପତ୍ନୀ ଏବଂ ଝିଅ ପାଇଁ ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି। ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ଶୁଭେଚ୍ଛା ।

ଆଜି ସମଗ୍ର ଦେଶରେ ମାତୃତ୍ୱ ଦିବସ ପାଳନ ହେଉଛି । ଏହି ଅବସରରେ ବିରାଟ କୋହଲି ନିଜ ମା’ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ବିରାଟ ନିଜ ମା’ ସହିତ ପତ୍ନୀ ଅନୁଷ୍କା ଶର୍ମାଙ୍କ ଫଟୋ ଟ୍ଵିଟରରେ ସେୟାର କରିଛନ୍ତି ।

ବିରାଟ ନିଜ ମା’ଙ୍କ ସହିତ ଅନୁଷ୍କା ଶର୍ମା ଫଟୋ ସେୟାର କରିଛନ୍ତି । ଏହାସହିତ ଅନୁଷ୍କା ଭାମିକାକୁ ଧରିଥିବା ଏକ ଛାଇ ବାଲା ଫଟୋ ମଧ୍ୟ ସେୟାର କରିଛନ୍ତି । ବିରାଟ ନିଜ ମା’ଙ୍କ ସହିତ ହଳଦିଆ କୁର୍ତ୍ତା ପିନ୍ଧିଥିବା ବେଳେ ହସୁଥିବାର ନଜର ଆସିଛନ୍ତି । ଆଉ ପୋଷ୍ଟରେ ଲେଖିଛନ୍ତି ‘Happy Mother’s Day ’ ଶୁଭେଚ୍ଛା ଜଣାଇଛନ୍ତି । ଏହି ପୋଷ୍ଟରେ କୋହଲି ଅନୁଷ୍କା ଶର୍ମାଙ୍କୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି ।

ବିରାଟ ୨୦୧୭ରେ ଅନୁଷ୍କାଙ୍କୁ ବିବାହ କରିଥିଲେ । ଦୁହେଁ ଇଟାଲୀରେ ବାହା ହୋଇଥିଲେ । ଏହାପରେ ୨୦୨୧ରେ ଝିଅ ଭାମିକା ଜନ୍ମ ହୋଇଥିଲା ।

ଆରସିବି ଆଜି ରାଜସ୍ଥାନ ରୟାଲ୍ସ ସହିତ ମ୍ୟାଚ ଖେଳିବ । ଆରସିବି ଆଇପିଏଲ୍‌ ୨୦୨୩ରେ ୧୨ଟି ମ୍ୟାଚ୍‌ ଖେଳିସାରିଛି । ସେଥିରୁ ୬ଟି ଜିତିଛି । ଆଉ ପଏଣ୍ଟ ଟେବୁଲରେ ୭ ନଂ ସ୍ଥାନରେ ରହିଛି ଆରସିବି । ଏହି ସିଜିନରେ କୋହଲି ୧୧ଟି ମ୍ୟାଚରେ ୧୩୩.୭୬ ଷ୍ଟ୍ରାଇକ ରେଟରେ ୪୨୦ ରନ୍‌ କରିଛନ୍ତି । ୬ଟି ଅର୍ଦ୍ଧଶତକ ମାରିଛନ୍ତି ବିରାଟ ।

ସୂଚନାଯୋଗ୍ୟ, ମଇ ୧ ତାରିଖରେ ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚରେ ବେଙ୍ଗାଲୁରୁ ଲକ୍ଷ୍ନୌକୁ ୧୮ ରନରେ ହରାଇଥିଲା । ଏହି ମ୍ୟାଚ ସରିବା ପରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀର କୌଣସି କଥାକୁ ନେଇ ମୁହାଁମୁହିଁ ହୋଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଥିଲା । ଏଥିପାଇଁ ଦୁହିଁଙ୍କ ୧୦୦ ପ୍ରତିଶତ ମ୍ୟାଚ୍‌ ଫି କଟିଥିଲା । ଏହି ଘଟଣାରେ ଲକ୍ଷ୍ନୌର ବୋଲର ନବୀନ୍-ଉଲ୍-ହକଙ୍କର ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଥିଲା। ମ୍ୟାଚ୍ ଜିତିବାକୁ ଲକ୍ଷ୍ନୌକୁ ୧୨୭ ରନ୍ ଟାର୍ଗେଟ ଦେଇଥିଲା ବାଙ୍ଗାଲୋର । ଜବାବରେ ଲକ୍ଷ୍ନୌ ୧୦୮ରନରେ ସୀମିତ ରହିଯାଇଥିଲା । ମ୍ୟାଚ୍ ସରିବା ପରେ ସବୁ ଖେଳାଳି ଏକାଠି ହୋଇଥିଲେ ।

ଏତିକି ବେଳେ କୌଣସି କଥାକୁ ନେଇ କୋହଲି ଓ ଗମ୍ଭୀରଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ ବାକି ଖେଳାଳି ଓ ଷ୍ଟାଫ ସେମାନଙ୍କୁ ଅଟକାଇଥିଲେ । ବିରାଟ-ଗମ୍ଭୀର ଝଗଡା ବେଳର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଲକ୍ଷ୍ନୌ ଟିମର ଅମିତ ମିଶ୍ର ଓ ବେଙ୍ଗାଲରୁ ଟିମ୍ କ୍ୟାପଟେନ୍ ଡୁପ୍ଲେସିସ୍ ବିରାଟ-ଗମ୍ଭୀରଙ୍କୁ ଶାନ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.