ଟିମ୍‌ ଇଣ୍ଡିଆକୁ ପୁଣି ଏକ ଝଟକା, ଇଂଲଣ୍ଡ ସିରିଜରୁ ବାହାରିଲେ ଓ୍ଵାଶିଂଟନ ସୁନ୍ଦର

ନୂଆଦିଲ୍ଲୀ :  ଟିମ୍‌ ଇଣ୍ଡିଆ ର ଅଫ ସ୍ପିନର ଓ୍ଵଶିଂଟନ ସୁନ୍ଦର ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରୁ ବାହାରି ଯାଇଛନ୍ତି । ଭାରତର ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଖେଳୁଥିବା ବେଳେ ତାଙ୍କର ଆଙ୍ଗୁଳି ଫ୍ରାକ୍‌ଚର ହୋଇଯାଇଛି । ମହମ୍ମଦ ସିରାଜଙ୍କ ବଲ୍‌ରେ ସୁନ୍ଦରଙ୍କର ଆଙ୍ଗୁଳି ଫ୍ରାକ୍‌ଚର ହୋଇଯିବା ଫଳରେ ସେ ଖେଳରୁ ବାଦ ପଡ଼ିଛନ୍ତି ।

ପୂର୍ବରୁ ଆବେଶ ଖାନ୍‌ ମଧ୍ୟ ଆହତ ହୋଇ ଖେଳରୁ ବାଦ ପଡ଼ିଛନ୍ତି । ଅଭ୍ୟାସ ମ୍ୟାଚରେ ତାଙ୍କର ବାମ ଆଙ୍ଗୁଳି ଜଖମ ହୋଇଥିଲା । ବିସିସିଆଇ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆବେଶଙ୍କ ଭଳି ଓ୍ଵାଶିଂଟନଙ୍କ ଆଙ୍ଗୁଳିରେ ମଧ୍ୟ ଫ୍ରାକ୍‌ଚର ହୋଇଛି । ତାଙ୍କୁ ପୁଣି ଖେଳିବା ପାଇଁ ଆହୁରି ୫ ସପ୍ତାହ ଲାଗିବ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି ।

ତେବେ ଭାରତୀୟ ଦଳରେ ତାଙ୍କ ସ୍ଥାନରେ ଖେଳିବାକୁ ଥିବା ଖେଳାଳୀଙ୍କ ନାମ ଖୁବ୍‌ ଶୀଘ୍ର ଘୋଷଣା କରାଯିବ ବୋଲି ସେ କହିଛନ୍ତି । ତେବେ ଆବେଶଙ୍କ ସ୍ଥାନରେ ନବଦୀଗ ସୈନିଙ୍କୁ ନିଆଯାଉଛି କି ଭୁବନେଶ୍ୱର କୁମାରଙ୍କୁ ନିଆଯାଉଛି ତାହା ପରେ ଜଣାପଡ଼ିବ ।

କୋଭିଡ ପଜେଟିଭ ହେବା ପରେ କିଛି ଖେଳାଳୀ କ୍ୱାରେଣ୍ଟାଇନରେ ଯିବା ପରେ ଓ୍ଵାଶିଂଟନ ସୁନ୍ଦର ଓ ଆବେଶ ଖାନ୍‌ ଦଳର ପ୍ରତିନିଧିତ୍ତ୍ୱ କରୁଥିଲେ । ୪ ଅଗଷ୍ଟରୁ ନଟିଂହମ ଟ୍ରେଣ୍ଟବ୍ରିଜ ଠାରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ ପ୍ରାରମ୍ଭରୁ ଭାରତୀୟ ଦଳକୁ ପୁଣି ଏକ ଝଟକା ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.