ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟ: ତୃତୀୟ ଦିନରେ ୧୪୩ ରନ୍‌ କଲା ୱେଷ୍ଟଇଣ୍ଡିଜ୍, ଡ୍ର ହୋଇପାରେ ମ୍ୟାଚ୍‌

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ହୋଇଛି । ଟିମ୍‌ ଏବେ ଭାରତ ଠାରୁ ୨୦୯ ରନ ପଛରେ ରହିଛି । ତୃତୀୟ ଦିନ ମାତ୍ର ୧୪୩ ରନ୍‌ କରିଛି ୱେଷ୍ଟଇଣ୍ଡିଜ୍ । ମ୍ୟାଚ୍‌ ଡ୍ର ହୋଇପାରେ ବୋଲି ଅନୁମାନ ରହିଛି ।

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟରେ ବର୍ଷା ପ୍ରଭାବିତ ତୃତୀୟ ଦିନରେ ଘରୋଇ ୱେଷ୍ଟଇଣ୍ଡିଜର ସଂଘର୍ଷ ଜାରି । ତୃତୀୟ ଦିନରେ ଟିମ୍‌ ୪ ଓ୍ଵିକେଟ ହରାଇ ୧୪୩ ରନ୍‌ କରିଛି । ଭାରତ ଠାରୁ ୱେଷ୍ଟଇଣ୍ଡିଜ୍ ୨୦୯ ରନ୍‌ ପଛରେ ରହିଛି । ଅଧିନାୟକ କ୍ରେଗ୍ ବ୍ରାଥୱେଟ୍ ୭୫ ରନ୍ର ଲଢୁଆ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉପରେ କିଛି ସମୟ ପାଇଁ ଚାପ ପକାଇଥିଲେ । ବ୍ରାଥୱେଟ୍ ବିପଜ୍ଜନକ ହୋଇଆସୁଥିବା ବେଳେ ଆର୍ ଅଶ୍ୱିନୀ ତାଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ଆଶ୍ୱସ୍ତ କରିଥିଲେ ।

ଖେଳ ଶେଷ ବେଳକୁ ତାଙ୍କ ସହ ଅଲରାଉଣ୍ଡର ଜାସନ ହୋଲ୍ଡର ୧୧ ରନ୍ କରି ଅପରାଜିତ ରହିଛନ୍ତି । ଇଣ୍ଡିଜ୍ ୫ ୱିକେଟ୍ ବିନିମୟରେ ୨୨୯ ରନ୍ କରିଛି । ଏପଟେ ୫ ୱିକେଟ୍ ହାତରେ ଥାଇ ଭାରତର ପ୍ରଥମ ପାଳି ସ୍କୋରଠାରୁ ୨୦୯ ରନ୍ ପଛରେ ରହିଛି ।

ଦ୍ୱିତୀୟ ଦିନରେ ୱେଷ୍ଟଇଣ୍ଡିଜ୍ ୧ ଓ୍ଵିକେଟ ହରାଇ ୮୬ ରନ୍‌ କରିଥିଲା । ତୃତୀୟ ଦିନରେ ଖେଳ ଆରମ୍ଭ କରି ୱେଷ୍ଟଇଣ୍ଡିଜ୍ ୫ ଓ୍ଵିକେଟ ହରାଇ ୨୨୯ ରନ୍‌ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.