Below header

ଯୁବକଙ୍କୁ ପିଟି ପିଟି ହତ୍ୟା, ଗାଁ ଦାଣ୍ଡରେ ପଡ଼ିଛି ରକ୍ତ ଜୁଡୁବୁଡୁ ମୃତଦେହ

ହତ୍ୟାର ପ୍ରକୃତ କାରଣ ଜଣାପଡିନଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ। ଅନ୍ୟପଟେ ପରିବାର ଲୋକେ ମଧ୍ୟ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ବଲାଙ୍ଗିର(କେନ୍ୟୁଜ୍): ଯୁବକଙ୍କୁ ପିଟି ପିଟି ହତ୍ୟା। ବଲାଙ୍ଗିର ପଣ୍ଡରାପିଟା ଗାଁରେ ପଡ଼ିଛି ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ପଣ୍ଡରାପିଟା ଗାଁ ମୁଖ୍ୟ ବସ୍ତିରୁ ମୃତଦେହ ଉଦ୍ଧାର କରିଛି ବଲାଙ୍ଗିର ସଦର ପୋଲିସ । ମୃତକ ଭାସ୍କର ତାଣ୍ଡି। ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସଦର ଥାନା ପୋଲିସ। ହତ୍ୟାର ପ୍ରକୃତ କାରଣ ଜଣାପଡିନଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ। ଅନ୍ୟପଟେ ପରିବାର ଲୋକେ ମଧ୍ୟ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ମୃତଦେହକୁ ଭୀମଭୋଇ ମେଡିକାଲ କଲେଜକୁ ବ୍ୟବଛେଦ ପାଇଁ ପଠାଯିବା ସହ ଅଧିକ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.