ବିଶ୍ୱକପ୍‌ ଦ୍ୱିତୀୟ ସେମିଫାଇନାଲ୍‌ : ଅଷ୍ଟ୍ରେଲିଆ କଲା ୨୨୩ ରନ୍‌, ଇଂଲଣ୍ଡ ପାଇଁ ଛୋଟିଆ ଲକ୍ଷ୍ୟ ହେଲେ ବଡ଼ ଚ୍ୟାଲେଞ୍ଜ

ଲଣ୍ଡନ୍‌ : ଏଜ୍‌ବାଷ୍ଟନ୍‌ରେ ଇଂଲଣ୍ଡ ବୋଲର୍‌ଙ୍କ ଆଗରେ ଚାଲିଲା ନାହିଁ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ଙ୍କ ଯାଦୁ । ମାତ୍ର ୧୪ ରନ୍‌ରେ ପ୍ରଥମ ୩ଟି ଓ୍ଵିକେଟ୍‌ ହରାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ବହୁ କଷ୍ଟରେ ୨୨୩ ରନ୍‌ କରି ପାରିଛି । ୪୯ ଓଭରରେ ଏହାର ସମସ୍ତ ଖେଳାଳି ଅଲ୍‌ଆଉଟ୍‌ ହୋଇଛନ୍ତି ।

ENGLAND-1
କଙ୍ଗାରୁ ଦଳର ସଫଳ ବ୍ୟାଟ୍‌ସମ୍ୟାନ୍‌ ଭାବେ ଷ୍ଟିଭେନ୍‌ ସ୍ମିଥ୍‌ ସର୍ବାଧିକ ୮୫, ଆହତ ଆଲେକ୍ସ କ୍ୟାରୀ ୪୬, ମାକ୍ସେଓ୍ଵଲ୍‌ ୨୨ ଏବଂ ମିଚେଲ ଷ୍ଟାର୍କ ୨୯ ରନ୍‌ କରିଥିଲେ । ଏହି ଚାରିଜଣ ଖେଳାଳି ହିଁ ଦୁଇ ଅଙ୍କ ଅତିକ୍ରମ କରିବାକୁ ସମର୍ଥ ହୋଇଥିଲେ । ବୋଲରଙ୍କୁ ସୁହାଉଥିବା ଏହି ପିଚ୍‌ରେଇଂଲଣ୍ଡ ପକ୍ଷରୁ ଓକ୍‌ସ ୧୦ ଓଭରରେ ୨୦ ରନ୍‌ ଦେଇ ୩ଟି, ଜେଫ୍‌ ଆର୍ଚର ୩୨ ରନ୍‌ରେ ୨ଟି ଏବଂ ରସିଦ ୫୪ ରନ୍‌ରେ ୩ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।
ଓଭର ପିଛା ପ୍ରାୟ ୫ ରନ୍‌ର ଲକ୍ଷ୍ୟ ରହିଥିଲେ ମଧ୍ୟ ଏହି ଛୋଟିଆ ସ୍କୋର ଇଂଲଣ୍ଡ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରି ପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.