Below header

କେନ୍ଦୁଝର: ବାହା ବେଦୀରେ ବସିବା ପୂର୍ବରୁ ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପରିବାରରେ ଶୋକର ଛାୟା

କେନ୍ଦୁଝର: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜୀବନ। କେନ୍ଦୁଝରରେ ବାହା ବେଦୀରେ ବସିବା ପୂର୍ବରୁ ଚାଲିଗଲା ଜୀବନ। କେନ୍ଦୁଆ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକ ହେଲେ ଗାଁର ଲୋକନାଥ ମହାନ୍ତ। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି। ଆଜି ତାଙ୍କର ବାହାଘର ଥିଲା। ହେଲେ ଭୋରରୁ ଉଠି ଟେଣ୍ଟର ଲାଇଟ୍‌ ବନ୍ଦ କରିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.