ଇସ୍ତଫା ଦେବା ଓ ହାରିବା ପରେ ବି କ୍ୱାର୍ଟର ଛାଡୁନାହାନ୍ତି ବୈଜୟନ୍ତ ପଣ୍ଡା, ଟ୍ବିଟ କରି ଅନୁଭବ ଲେଖିଲେ ଏମିତି କଥା

ପୁଣି ଅନୁଭବ ବନାମ ବୈଜୟନ୍ତ। ଏଥର କେନ୍ଦ୍ରାପଡ଼ା ନୁହଁ, ଦିଲ୍ଲୀର ୨ ମହାଦେବ ରୋଡ୍‌କୁ ନେଇ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କ୍ୱାର୍ଟର ଆଗରୁ ଫଟୋ ଛାଡ଼ିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବୈଜୟନ୍ତଙ୍କ ଦିଲ୍ଲୀ କ୍ୱାର୍ଟରକୁ ନେଇ ଅନୁଭବଙ୍କ ଟ୍ଵିଟ୍‌ କରି ଲେଖିଛନ୍ତି, ଆଇନ, ରାଜନୈତିକ ନୈତିକତାକୁ ଜୟଙ୍କ ସମ୍ମାନ ନାହିଁ। ଇସ୍ତଫା ଦେବା ଓ ହାରିବା ପରେ ବି କ୍ୱାର୍ଟର ଛାଡୁନାହାନ୍ତି ବୈଜୟନ୍ତ ।

anubhab

୧୩ ମାସ ଧରି ଜବରଦଖଲରେ ରଖିଛନ୍ତି। କାହାରିକୁ ଛାଡ଼ିବା ପାଇଁ ସୁରକ୍ଷାକର୍ମୀଙ୍କୁ ମନା କରାଯାଇଛି। ନୂଆ ସାଂସଦଙ୍କୁ ଘର ତଦାରଖ ପାଇଁ ବି ଛଡ଼ାଯାଉନି ବୋଲି ସୋସିଆଲ୍‌ ମିଡିଆରେ ଅଭିଯୋଗ କରିଛନ୍ତି ବର୍ତ୍ତମାନର କେନ୍ଦ୍ରାପଡ଼ା ସାଂସଦ ତଥା ବିଜେଡି ସଂସଦୀୟ ଦଳର ଉପ-ମୁଖ୍ୟସଚେତକ ଅନୁଭବ ମହାନ୍ତି। ଅନୁଭବଙ୍କ ଏହି ଟ୍ଵିଟ୍‌କୁ ନେଇ ସୋସିଆଲ୍‌ ମିଡିଆରେ ଜୋରଦାର ଚର୍ଚ୍ଚା। ତେବେ ଏନେଇ ବୈଜୟନ୍ତଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.