WPL ନିଲାମ : ସବୁଠୁ ଦାମୀ ଖେଳାଳି କାସଭି ଗୌତମ, ଜାଣନ୍ତୁ କେତେ ଟଙ୍କା ହେଲା ବର୍ଷା

ଡବଲ୍ୟୁପିଏଲ୍ ୨୦୨୪ ପାଇଁ ଖେଳାଳି ନିଲାମୀରେ ଟଙ୍କାର ବର୍ଷା । ଭାରତୀୟ ଓ ବିଦେଶୀ ଖେଳାଳି ପ୍ରାୟ ୨ କୋଟି ଲେଖାଏଁ ଟଙ୍କାରେ ବିକ୍ରି ହୋଇଛନ୍ତି । ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ସିନିୟର ସ୍ତରରେ ଖେଳି ନଥିବା ଦୁଇ ଜଣ ଯୁବା ଖେଳାଳିଙ୍କୁ ୨ କୋଟି ଟଙ୍କାରେ କିଣିଛନ୍ତି ଫ୍ରାଞ୍ଚାଇଜ୍ ।

ଆଇପିଏଲର ମହିଳା ପ୍ରତିଯୋଗିତା ଓମେନ ପ୍ରିମିୟର ଲିଗ୍ ଡବଲ୍ୟୁପିଏଲ୍ ୨୦୨୪ ପାଇଁ ଖେଳାଳି ନିଲାମୀରେ ଟଙ୍କାର ବର୍ଷା । ଭାରତୀୟ ଓ ବିଦେଶୀ ଖେଳାଳି ପ୍ରାୟ ୨ କୋଟି ଲେଖାଏଁ ଟଙ୍କାରେ ବିକ୍ରି ହୋଇଛନ୍ତି । ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ସିନିୟର ସ୍ତରରେ ଖେଳି ନଥିବା ଦୁଇ ଜଣ ଯୁବା ଖେଳାଳିଙ୍କୁ ୨ କୋଟି ଟଙ୍କାରେ କିଣିଛନ୍ତି ଫ୍ରାଞ୍ଚାଇଜ୍ ।

ପଞ୍ଜାବର ୨୦ ବର୍ଷୀୟ ପେସ୍ ବୋଲର କାସଭି ଗୌତମଙ୍କୁ ଗୁଜରାଟ ଜାଏଣ୍ଟସ ୨ କୋଟି ଟଙ୍କାରେ କିଣିଛି । ତାଙ୍କ ବେସ୍ ପ୍ରାଇସ୍ ୧୦ ଲକ୍ଷ ଟଙ୍କା ଥିଲା । କର୍ଣ୍ଣାଟକ ବ୍ୟାଟର ବୃନ୍ଦା ଦିନେଶଙ୍କୁ ୧.୩ କୋଟି ଟଙ୍କାରେ କିଣିଛି ୟୁପି ୱାରିୟରଜ୍ । କାସଭି ଓ ବୃନ୍ଦା ଉଭୟ ଭାରତୀୟ ‘ଏ’ ଦଳ ପକ୍ଷରୁ ଖେଳିଛନ୍ତି ।

ଏହାପୂର୍ବରୁ ଅନକ୍ୟାପଡ ଖେଳାଳି ଭାବେ ସବୁଠାରୁ ମହଙ୍ଗା ହେବାର ରେକର୍ଡ ବ୍ରିନ୍ଦା ଦିନେଶଙ୍କ ନାଁରେ ଥିଲା । ତାଙ୍କୁ ଆଜିର ନିଲାମୀ ବେଳେ ୟୁପି ୧.୩ କୋଟି ଟଙ୍କାରେ କିଣିଥିଲା । ଡାହାଣ ହାତୀ ସିମିଂ ଅଲରାଉଣ୍ଡର କାସଭି ୨୦୨୦ରୁ ଚର୍ଚ୍ଚାରେ ରହିଛନ୍ତି। ଅଣ୍ଡର ୧୯ ଘରୋଇ ଦିନିକିଆରେ ସେ ଏକାକୀ ୧୦ ୱିକେଟ ଦଖଲ କରିଥିଲେ । ଏହା ମଧ୍ୟରେ ହ୍ୟାଟ୍ରିକ ମଧ୍ୟ ରହିଥିଲା ।

ଅନ୍ୟପକ୍ଷରେ ବିଦେଶୀ ଖେଳାଳିମାନେ ମଧ୍ୟ କୋଟି କୋଟି ଟଙ୍କାରେ ନିଲାମ ହୋଇଛନ୍ତି । ଅଷ୍ଟ୍ରେଲିଆର ଅଲରାଉଣ୍ଡର ଆନାବେଲ ସଦରଲାଣ୍ଡ ଦିଲ୍ଲୀ କ୍ୟାପିଟାଲସକୁ ସର୍ବାଧିକ ୨ କୋଟିରେ ଯାଇଛନ୍ତି । ତାଙ୍କ ଦଳର ଫୋବ୍ ଲିଚଫିଲଡ କୋଟିଏ ଟଙ୍କାରେ ଗୁଜରାଟ ଜାଏଣ୍ଟସରେ ଯୋଗ ଦେଇଛନ୍ତି । ଏହି ଖେଳାଳି ନିଲାମୀରେ ଫ୍ରାଞ୍ଚାଇଜମାନେ ମୋଟ ୧୨ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ମୋଟ ୧୬୫ ଖେଳାଳି ନିଲାମୀ ପାଇଁ ତାଲିକାଭୁକ୍ତ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୩୦ ଜଣ ବିକ୍ରି ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.