ହାତୀ ଘଉଡାଇବାକୁ ଯାଇଥିବା ବେଳେ ଅଘଟଣ, ରେଞ୍ଜରଙ୍କୁ ଦଳିଦେଲା ଦନ୍ତା

କଳାହାଣ୍ଡି ନର୍ଲା ରେଞ୍ଜ ଆମପଡ଼ା ଗାଁରେ ଅଘଟଣ । ରେଞ୍ଜରଙ୍କୁ ଦଳିଦେଲା ଦନ୍ତା। ହାତୀ ଆକ୍ରମଣରେ ନର୍ଲା ରେଞ୍ଜର ପ୍ରଶାନ୍ତ ପାଲ ଗୁରୁତର। ଗତ ଦୁଇ ଦିନ ହେଲା କଳାହାଣ୍ଡି ନର୍ଲା ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି ହାତୀ। ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ରେଞ୍ଜର ଓ ଫରେଷ୍ଟ ଗାର୍ଡ ଘଟଣାସ୍ଥଳକୁ ଯାଇଥିଲେ।

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ନର୍ଲା ରେଞ୍ଜ ଆମପଡ଼ା ଗାଁରେ ଅଘଟଣ । ରେଞ୍ଜରଙ୍କୁ ଦଳିଦେଲା ଦନ୍ତା। ହାତୀ ଆକ୍ରମଣରେ ନର୍ଲା ରେଞ୍ଜର ପ୍ରଶାନ୍ତ ପାଲ ଗୁରୁତର। ଗତ ଦୁଇ ଦିନ ହେଲା କଳାହାଣ୍ଡି ନର୍ଲା ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି ହାତୀ। ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ରେଞ୍ଜର ଓ ଫରେଷ୍ଟ ଗାର୍ଡ ଘଟଣାସ୍ଥଳକୁ ଯାଇଥିଲେ।

ଖବର ଅନୁଯାୟୀ, ଆଜି ସକାଳୁ ସକାଳୁ ନର୍ଲା ରେଞ୍ଜ ଆମପଡ଼ା ଗାଁରେ ହାତୀ ଘଉଡାଇବା ପାଇଁ ଯାଇଥିଲେ । ଏହି ସମୟରେ ହାତୀଟି ହଠାତ୍‌ ତାଙ୍କ ସାମ୍ନାକୁ ଚାଲିଆସିଥିଲା । ହାତୀ ଆକ୍ରମଣରୁ ବଞ୍ଚିବା ସେ ଦୌଡି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ହାତୀଟି ରେଞ୍ଜରଙ୍କ ପଛ ପଟୁ କଚାଡି ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.