ଶୁବମନ ଗିଲଙ୍କ କ୍ୟାଚ୍କୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା, ବଲ୍ ତଳେ ବାଜିଛି, ଅମ୍ପାୟର କେମିତି ଆଉଟ୍ ଦେଲେ
ଗିଲଙ୍କ ଆଉଟ୍କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍ସ । ଗିଲ୍ଙ୍କ କ୍ୟାଚ କ୍ୟାମେରନ ଗ୍ରୀନ ଧରୁଥିବା ବେଳେ ବଲ୍ଟି ତଳେ ଲାଗିଯାଇଥିଲା । ହେଲେ ଅମ୍ପାୟରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଗିଲ୍ ଆଉଟ୍ ହୋଇଥିଲେ ।
ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ WTC ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଚତୁର୍ଥ ଦିନରେ ଟିମ୍ ଇଣ୍ଡିଆ ୪୪୪ ରନକୁ ପିଛା କରି ୩ ୱିକେଟ ହରାଇ ୧୬୪ ରନ୍ କରିଥିଲା । ରୋହିତ ଶର୍ମା, ଚେତେଶ୍ବର ପୂଜାରା, ଶୁବମନ ଗିଲ୍ଙ୍କ ୱିକେଟ ହରାଇଛି ଭାରତ । ହେଲେ ଶୁବମନ ଗିଲଙ୍କ ଆଉଟକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁନାହାନ୍ତି ।
୧୮ ରନରେ ବ୍ୟାଟିଂ କରୁଥିବା ସମୟରେ ଗିଲ ଅମ୍ପାୟାରଙ୍କ ଏକ ଭୁଲ ନିଷ୍ପତ୍ତିର ଶିକାର ହୋଇଥିଲେ । ଅଷ୍ଟ୍ରେଲିଆ ବୋଲର ସ୍କଟ ବୋଲାଣ୍ଡଙ୍କ ବଲକୁ କ୍ୟାମେରନ ଗ୍ରୀନ ସ୍ଲିପରେ କ୍ୟାଚ୍ କରିଥିଲେ । ତେବେ ବଲଟି ଭୂମିରେ ଲାଗିଥିବା ବେଳେ କ୍ୟାମେରନ ତାହାକୁ କ୍ୟାଚ ଧରିଥିଲେ । ଯାହା ଅମ୍ପାୟରଙ୍କ ଭୁଲ୍ ନିଷ୍ପତ୍ତି ଯୋଗୁଁ ଆଉଟ୍ ହୋଇଯାଇଥିଲେ ଗିଲ୍ ।
ରିପ୍ଲେ ଦେଖିବା ପରେ ଏହା ଆଉଟ୍ ନୁହେଁ ବୋଲି କିଛି ଫ୍ୟାନ୍ସ ଭାବି ନେଇଥିଲେ । ମାତ୍ର ଥାର୍ଡ ଅମ୍ପାୟାର ଏହାକୁ ଆଉଟ୍ ଦେଇଥିଲେ ।
Third umpire while making that decision of Shubman Gill.
Inconclusive evidence. When in doubt, it’s Not Out #WTC23Final pic.twitter.com/t567cvGjub
— Virender Sehwag (@virendersehwag) June 10, 2023
ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ଗିଲଙ୍କ ଆଉଟକୁ ନଟ୍ ଆଉଟ୍ ବୋଲି କହିଛନ୍ତି । ଗିଲଙ୍କ ଆଉଟ୍କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍ସ ।
Ravi Shastri said ” If it was Steve Smith in place of Shubman Gill, Umpire would have given this as Not Out (laughs)#INDvsAUS #WTCFinal #WTC23Final #Gill pic.twitter.com/ALBPNoYGru
— 👑👌🌟 (@superking1816) June 10, 2023
ଅଷ୍ଟ୍ରେଲିଆ ଭାରତକୁ ୪୪୪ ରନର ଟାର୍ଗେଟ ଦେଇଛି । ଚତୁର୍ଥ ଦିନରେ ଭାରତ ୩ ୱିକେଟ ହରାଇ ୧୬୪ ରନ୍ କରି । ଆଜି ଅପରାହ୍ନ ୩ଟାରେ ଖେଳ ଆରମ୍ଭ ହେବ । ଭାରତକୁ ଜିତିବା ପାଇଁ ୨୮୦ ରନ୍ ଦରକାର । ଭାରତକୁ ଜିତିବାକୁ ହେଲେ ୱିକେଟ ହାତରେ ରଖି ଖେଳିବାକୁ ହେବ । ଶେଷ ଦିନରେ ବିରାଟ କୋହଲି(୪୪) ଏବଂ ଅଜିଙ୍କ୍ୟ ରାହାଣେ (୨୦) ମଇଦାନକୁ ଫେରିବେ । ଚତୁର୍ଥ ଦିନରେ ଭାରତ ପକ୍ଷରୁ ରୋହିତ ଶର୍ମା(୪୩), ଶୁବମନ ଗିଲ(୧୮), ଚେତେଶ୍ବର ପୂଜାରା(୨୭) ରନ୍ କରି ଆଉଟ ହୋଇଥିଲେ ।
୪୪୪ ରନର ଟାର୍ଗେଟକୁ ପିଛା କରିବା ଭାରତ ପାଇଁ କଷ୍ଟ ନୁହେଁ । ପୂର୍ବରୁ ଟିମ୍ ଇଣ୍ଡିଆ ୪୦୦ ରନ୍ ଟାର୍ଗେଟକୁ ପିଛା କରି ବିଜୟ ହାସଲ କରିଛି । କୋହଲି, ରାହାଣେ ଏବଂ ରବିନ୍ଦ୍ର ଜାଡେଜାଙ୍କ ଉପରେ ଏବେ ସମସ୍ତଙ୍କ ନଜର । ଏମାନେ ଭଲ ପ୍ରଦର୍ଶନ କଲେ ଭାରତର ବିଜୟ ସୁନିଶ୍ଚିତ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।