ପ୍ରେମିକା ନୁହେଁ ମା’ଙ୍କ ସ୍ମୃତିରେ ଗଢ଼ିଲେ ତାଜମହଲ

୩ ଜୁନ ୨୦୨୧ରେ ଏହି ଅଟ୍ଟାଳିକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏକ ଏକର ଜମିରେ ପାଖାପାଖି ୮୦୦୦ ବର୍ଗ ଫୁଟ ସ୍ଥାନରେ ୨୦୦ରୁ ଅଧିକ ଲୋକ ତାଜମହଲ ଭଳି ଏହି ଅଟ୍ଟାଳିକା ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ନିର୍ମାଣ ପାଇଁ ସାଢ଼େ ପାଞ୍ଚ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

ପ୍ରେମର ପ୍ରତୀକ ତାଜ ମହଲ । ଏହାର ନାଁ ଶୁଣିଲେ ମୁମତାଜଙ୍କ କଥା ମନେ ପଡ଼ିଯାଏ । ମୁମତାଜଙ୍କ ସ୍ମୃତିରେ ଶାହାଜାହାନ ତାଜମହଲ ନିର୍ମାଣ କରିଥିଲେ । ଯାହା ବର୍ତ୍ତମାନ ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ । ତେବେ ଅନେକ ଲୋକ ନିଜ ପ୍ରେମିକାଙ୍କୁ ଖୁସି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । କିନ୍ତୁ ବହୁତ କମ ଲୋକ ହିଁ ନିଜ ମା’ଙ୍କ ପାଇଁ କିଛି ସ୍ୱତନ୍ତ୍ର କାର୍ଯ୍ୟ କରିଥାନ୍ତି । ତେବେ ଜଣେ ବ୍ୟକ୍ତି ପ୍ରେମିକା ନୁହେଁ ନିଜ ମା’ଙ୍କ ପାଇଁ ଦ୍ୱତୀୟ ତାଜମହଲ ନିର୍ମାଣ କରିଛନ୍ତି । ବର୍ତ୍ତମାନ ସମୟରେ ପୁଅ ମାନେ ନିଜ ମା’କୁ ବୋଝ ଭାବୁଥିବା ବେଳେ ଜଣେ ବ୍ୟକ୍ତି ନିଜ ମା’ଙ୍କ ସ୍ମୃତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦ୍ୱିତୀୟ ତାଜମହଲ ନିର୍ମାଣ କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ତାମିଲନାଡ଼ୁରୁ ସାମ୍ନାକୁ ଆସିଛି । ତାଜମହଲ ଭଳି ଦେଖାଯାଉଥିବା ଏହି ଅଟ୍ଟାଳିକାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମା’ଙ୍କ ସ୍ମୃତିରେ ଏହି ଅଟ୍ଟାଳିକା ନିର୍ମାଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ସାଲ ଅମଋଦ୍ଦିନ । ୨୦୨୦ରେ ଅମଋଦ୍ଦିନଙ୍କ ମା’ ଜେଲାନୀ ବିବିଙ୍କ ମୃତ୍ୟୁ ହୋଇଥିଲା । ଅମଋଦ୍ଦିନଙ୍କ ପାଇଁ ତାଙ୍କ ମା’ ହିଁ ସବୁକିଛି ଥିଲେ । ମା’ଙ୍କ ମୃତ୍ୟୁରେ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ୧୯୮୯ ମସିହାରେ ଅମଋଦ୍ଦିନଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ମା’ ହିଁ ଘରର ସମସ୍ତ ଦାୟିତ୍ୱ ସମ୍ଭାଳିଥିଲେ । ୫ ପିଲାଙ୍କ ଦାୟିତ୍ୱ ଭଲ ଭାବେ ସମ୍ଭାଳିଥିଲେ ଅମଋଦ୍ଦିନଙ୍କ ମା’ ।

୨୦୨୦ରେ ମା’ଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରି ନଥିଲେ ଅମଋଦ୍ଦିନ । ଅମଋଦ୍ଦିନ କହିଛନ୍ତି ଯେ, ତିରୁବରୁର ନିକଟରେ ତାଙ୍କର କିଛି ଜମି ଥିଲା ଏବଂ ସେ ସେଠାରେ ହିଁ ନିଜ ମା’ଙ୍କ ଶବ ସତ୍କାର କରିବା ପାଇଁ ପରିବାର ଲୋକଙ୍କୁ କହିଥିଲେ । ଏହା ପରେ ସେ ନିଜ ମା’ଙ୍କ ସ୍ମୃତିରେ ଏକ ଅଟ୍ଟାଳିକା ନିର୍ମାଣ କରିବାକୁ ଇଚ୍ଛା କରିଥିଲେ । ଏଥିପାଇଁ ସେ ଡ୍ରିମ ବିଲ୍ଡର୍ସଙ୍କ ନିକଟକୁ ଯାଇଥିଲେ, ଯେ ତାଙ୍କୁ ତାଜ ମହଲ ଭଳି ଅଟ୍ଟାଳିକା ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ । ଆରମ୍ଭରେ ଅମଋଦ୍ଦିନଙ୍କୁ ଏହି କଥା ପସନ୍ଦ ଆସି ନଥିଲା କିନ୍ତୁ ପରେ ସେ ଏହି ଅଟ୍ଟାଳିକା ନିର୍ମାଣ ପାଇଁ ରାଜି ହୋଇ ଯାଇଥିଲେ ।

୩ ଜୁନ ୨୦୨୧ରେ ଏହି ଅଟ୍ଟାଳିକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏକ ଏକର ଜମିରେ ପାଖାପାଖି ୮୦୦୦ ବର୍ଗ ଫୁଟ ସ୍ଥାନରେ ୨୦୦ରୁ ଅଧିକ ଲୋକ ତାଜମହଲ ଭଳି ଏହି ଅଟ୍ଟାଳିକା ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ନିର୍ମାଣ ପାଇଁ ସାଢ଼େ ପାଞ୍ଚ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ଜମି ଏବଂ ଅଟ୍ଟାଳିକାକୁ ବର୍ତ୍ତମାନ ଏକ ଚାରିଟେବଲ ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.