ବିରାଟଙ୍କ ପାଇଁ ଭାବବିହ୍ଵଳ ଚିଠି ଲେଖିଲେ ଯୁବରାଜ, ଉପହାର ଦେଲେ ଗୋଲଡେନ୍‌ ବୁଟ୍‌ ଆଉ କହିଲେ ‘ତୁ ମେରେ ଲିୟୈ ଚିକୁ ରହେଗା’

ଟିମ୍‌ ଇଣ୍ଡିଆର ସିକ୍ସର କିଙ୍ଗ ଯୁବରାଜ ସିଂ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ ଖାସ୍‌ ଚିଠି ଲେଖିଛନ୍ତି। ଯୁବରାଜ ଏହି ଚିଠି ସହିତ ବିରାଟଙ୍କ ପାଇଁ ଏକ ଖାସ୍‌ ଉପହାର ମଧ୍ୟ ପଠାଇଛନ୍ତି। ଯୁବରାଜ ଏହି ଚିଠିରେ ଲେଖିଛନ୍ତି, ‘ତୁ ସବୁବେଳେ ମୋ ପାଇଁ ଚିକୁ ହିଁ ରହିବୁ ଆଉ ଦୁନିଆ ପାଇଁ କିଙ୍ଗ କୋହଲି।

ବିରାଟ କୋହଲି ସେପ୍ଟେମ୍ବର ୨୦୨୧ରୁ ଜାନୁଆରୀ ୨୦୨୨ ମଧ୍ୟରେ ତିନି ଫର୍ମାଟ ଖେଳର ଅଧିନାୟକତ୍ୱ ଛାଡିଦେଇଛନ୍ତି। ଏବେ କେବଳ ବ୍ୟାଟସମ୍ୟାନ୍‌ ଭାବେ ଟିମ୍‌ ସହିତ ଜଡିତ ରହିଛନ୍ତି।

ଯୁବରାଜ ଲେଖିଛନ୍ତି, ‘ବିରାଟ, ମୁଁ ତୁମକୁ କ୍ରିକେଟର ଏବଂ ଜଣେ ଭଲ ମଣିଷ ଭାବେ ଉନ୍ନତି କରୁଥିବା ଦେଖିଛି। ଜଣେ ଯୁବକ, ଯିଏ ନେଟ୍ସରେ ବଡ ବଡିଆଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲୁଥିଲା, ସେ ନିଜେ ଏବେ ନୂଆ ପିଢିଙ୍କ ପାଇଁ ଲିଜେଣ୍ଡ ହୋଇସାରିଛି। ଫିଲ୍ଡରେ ଖେଳ ପ୍ରତି ଆଗ୍ରହ, ଅନୁଶାସନ ଆଉ ସମର୍ପଣ ଦେଶର ସବୁ ଯୁବପିଢିଙ୍କୁ ବ୍ଲୁ ଜର୍ସିରେ ଖେଳିବାକୁ ଉତ୍ସାହିତ କରୁଛି। ତୁମର ଖେଳ ଏବଂ କୃତିତ୍ୱ ସମସ୍ତଙ୍କୁ ଅନୁପ୍ରାଣିତ କରୁଛି।

letter

ଏକାସାଙ୍ଗରେ ଖେଳିବା, ରନ୍‌ କରିବା, ଥଟ୍ଟାମଜା କରିବା, ପଞ୍ଜାବୀ ଗୀତରେ ଡ୍ୟାନ୍ସ କରିବା, ଟାଇଟଲ ଜିତିବା ସବୁକିଛି କିଛି କରିଛେ। ମୋ ପାଇଁ ତୁମେ ସବୁବେଳେ ଚିକୁ ହିଁ ରହିବ। ଦୁନିଆ ପାଇଁ କିଙ୍ଗ କୋହଲି ହୋଇପାର। ସବୁବେଳେ ନିଜ ଭିତରେ ସେହି ନିଆଁ ଜଳାଇ ରଖିଥିବ। ତୁମେ ସୁପରଷ୍ଟାର, ତୁମ ପାଇଁ ଖାସ୍‌ ଗୋଲଡେନ ବୁଟ୍‌, ନିଜ ଦେଶକୁ ଏପରି ଗୌରବାନ୍ଵିତ କରୁଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.