କ୍ରିକେଟର ଧୋନୀଙ୍କ ଡ୍ୟାନ୍ସ ଟିଚର୍ ହେଲେ ଝିଅ ଜିଭା, ଏପରି ଶିଖାଇଲେ କି ଭାଇରାଲ ହୋଇଗଲା ଭିଡ଼ିଓ

ନୂଆଦିଲ୍ଲୀ : ବିଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ପ୍ରାୟ ଚର୍ଚ୍ଚାରେ ରହୁଛନ୍ତି ପୂର୍ବତନ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତେବେ ଏବେ ସେ ନିଜ ପାଇଁ ନୁହଁ ବରଂ ତାଙ୍କ ୩ବର୍ଷର ଗେହ୍ଲା ଝିଅ ଜିଭାଙ୍କ ପାଇଁ ଚର୍ଚ୍ଚାରେ। ଧୋନୀ ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଠ କରିଛନ୍ତି ଯାହା ବହୁ ସଂଖ୍ୟାକ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି।

ziva

ଭିଡ଼ିଓରେ ନିଜ ଝିଅ ସହ କ୍ରିକେଟର ବାପା ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ତାଙ୍କର ୩ବର୍ଷର ଝିଅ ଜିଭା ଏମଏମସ ଧୋନୀଙ୍କୁ ଡ୍ୟାନ୍ସ କରିବା ଶିଖାଉଛନ୍ତି। ଯାହାକୁ ତାଙ୍କ ପତ୍ନୀ ସାକ୍ଷୀ ରେକଡ଼ କରିଥିବା ଜଣାପଡ଼ିଛି । କାରଣ ସେ ଦୁଇ ବାପାଝିଅଙ୍କୁ ଚିୟର୍ସ କରୁଥିବାର ଶୁଣାଯାଉଛି। ଭିଡ଼ିଓରେ ଧୋନୀ ପ୍ରାଣପ୍ରଣେ ଝିଅ ଜିଭାଙ୍କ ଡ୍ୟାନ୍ସ ଷ୍ଟେପ୍ କପି କରିବାକୁ ଚେଷ୍ଠା କରୁଛନ୍ତି।

 

View this post on Instagram

 

Even better when we are dancing @zivasinghdhoni006

A post shared by M S Dhoni (@mahi7781) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.