କୋରାପୁଟ: ଲକ୍ଷ୍ମୀପୁର SBIରୁ ୧ କେଜି ୬ଶହ ଗ୍ରାମ ସୁନା ଚୋରି ଅଭିଯୋଗ, ବ୍ୟାଙ୍କ କର୍ମଚାରୀଙ୍କ ସହ ଦୁର୍ବୃତ୍ତଙ୍କ ହାତ ଥିବା ପୋଲିସର  ସନ୍ଦେହ

କୋରାପୁଟ(କେନ୍ୟୁଜ୍): ବ୍ୟାଙ୍କ୍‌ ଲକରରୁ ୧ କେଜି ୬ଶହ ଗ୍ରାମ ସୁନା ଚୋରି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଭାରତୀୟ ଷ୍ଟେଟ ବ୍ୟାଙ୍କରୁ। ବ୍ୟାଙ୍କ ଲକରକୁ ପ୍ରାୟ ୮୦ ଲକ୍ଷ ଟଙ୍କାର ସୁନା ଚୋରି ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏନେଇ ବ୍ୟାଙ୍କ କର୍ମଚାରୀଙ୍କ ସହ ଦୁର୍ବୃତ୍ତଙ୍କ ହାତ ଥିବା ପୋଲିସ ସନ୍ଦେହ କରୁଛି। ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଥାନାରେ ମାମଲା ରୁଜୁ ହୋଇଥିଲେ ସୁଦ୍ଧା ଚୋରି କେବେ ହୋଇଛି ତାହା ଜଣାପଡ଼ିନାହିଁ। ସେପଟେ ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାସ ହେବ ବୋଲି ଲକ୍ଷ୍ମୀପୁର ଏସଡିପିଓ କହିଛନ୍ତି। ସୁନା ଚୋରି ଘଟଣାରେ ବ୍ୟାଙ୍କ କର୍ମଚାରୀଙ୍କ ସହ କିଛି ପୁରୁଣା ଦାଗୀଙ୍କ ସଂପୃକ୍ତି ଥିବା ଅନୁମାନ କରୁଛି ପୋଲିସ। ବିଭିନ୍ନ ଦିଗକୁ ନେଇ ଚାଲିଛି ତନାଘନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.