ହାଇଦ୍ରାବାଦ୍‌ ଚାଲାଣ ହେଉଥିବା ଗୋଟିଏ ପରିବାରର ୧୦ ଜଣଙ୍କୁ ଉଦ୍ଧାର କଲା ଟିଟିଲାଗଡ଼ ଜିଆରପି ପୋଲିସ୍, ୩ଦଲାଲ ଗିରଫ

ଟିଟିଲାଗଡ଼: ହାଇଦ୍ରାବାଦ୍‌ ଚାଲାଣ ହେଉଥିବା ଗୋଟିଏ ପରିବାରର ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଟିଟିଲାଗଡ଼ ଜିଆରପି ପୋଲିସ ଏହି ୧୦ ଜଣଙ୍କୁ ଉଦ୍ଧାର କରିଛି। ଶ୍ରମିକମାନେ ପାଟଣାଗଡ଼ ବଣେମୁଡା ଗାଁର ବୋଲି ଜଣା ପଡିଛି। କଣ୍ଟାବାଞ୍ଜି ରେଳ ଷ୍ଟେସନରୁ କୁରଳା-ବିଶାଖପାଟଣା ଲିଙ୍କ ଏକ୍ସପ୍ରେସରେ ହାଇଦ୍ରାବାଦ ଅଭିମୁଖେ ଯାଉଥିଲେ। ତିନି ଜଣ ଦଲାଲ ଏମାନଙ୍କୁ ହାଇଦ୍ରାବାଦ୍‌ ନେଉଥିଲେ। ଟିଟିଲାଗଡ଼ ଷ୍ଟେସନ ନିକଟରେ ଟଙ୍କା ଦେଣନେଣକୁ ନେଇ ଶ୍ରମିକ ଓ ଦଲାଲଙ୍କ ମଧ୍ୟରେ ବଚସା ହୋଇଥିଲା। ଶ୍ରମିକମାନେ ଟିଟିଲାଗଡ଼ ଷ୍ଟେସନରେ ଓହ୍ଲାଇ ଜିଆରପି ପୋଲିସକୁ ସୂଚନା ଦେଇଥିଲେ। ଯାଞ୍ଚ ବେଳେ ଜଣାପଡିଲା ବିନା କାଗଜ ପତ୍ରରେ ଶ୍ରମିକମାନେଙ୍କୁ ହାଇଦ୍ରାବାଦ ନିଆଯାଉଥିଲା। ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଗାଁକୁ ପଠାଇ ଦିଆଯାଇଥିଲା ବେଳେ ତିନି ଦାଦନ ଦଲାଲଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.