ପଣ୍ଡ ହେଲା ମାଓ ଷଡଯନ୍ତ୍ର: ରେଳ ଧାରଣାରୁ ଜବତ ହେଲା ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍

ପଣ୍ଡ ହେଲା ମାଓ ଷଡଯନ୍ତ୍ର । ଟଳିଲା ବଡ ଧରଣର ବିପଦ । ରେଳ ଧାରଣା ନିକଟରୁ ଜବତ ହେଲା ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଟୋପାଡିହି ରେଳ ଧାରଣା ନିକଟରୁ ଲ୍ୟାଣ୍ଡମାଇନ୍ ଜବତ କରିଛନ୍ତି ସ୍ଥାନୀୟ ପୋଲିସ୍ ଓ ଡିଭିଏଫ୍ ଯବାନ୍ ।

ବଣାଇ (କେନ୍ୟୁଜ): ପଣ୍ଡ ହେଲା ମାଓ ଷଡଯନ୍ତ୍ର । ଟଳିଲା ବଡ ଧରଣର ବିପଦ । ରେଳ ଧାରଣା ନିକଟରୁ ଜବତ ହେଲା ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଟୋପାଡିହି ରେଳ ଧାରଣା ନିକଟରୁ ଲ୍ୟାଣ୍ଡମାଇନ୍ ଜବତ କରିଛନ୍ତି ସ୍ଥାନୀୟ ପୋଲିସ୍ ଓ ଡିଭିଏଫ୍ ଯବାନ୍ । ସ୍ଥାନୀୟ ପୋଲିସ ଓ ଡିଭିଏଫ୍ ଯବାନ ମିଳିତ ସର୍ଚ୍ଚ ଅପରେସନ୍ବେଳେ ଲ୍ୟାଣ୍ଡମାଇନ୍କୁ ଠାବ କରାଯାଇଥିଲା । ପରେ ବୋମା ନିଷ୍କ୍ରିୟ ଟିମ୍ ନିକଟସ୍ଥ ଜଙ୍ଗଲରେ ଏହାକୁ ନିଷ୍କ୍ରିୟ କରିଦେଇଛି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସିଆରପିଏଫ ଓ ଆରପିଏଫ ଯବାନଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି । ଗୁଇନ୍ଦା ସୂଚନା ଆଧାରରେ ରେଳବାଇ ପକ୍ଷରୁ ଟୋପାଡିହି ଷ୍ଟେସନମାଷ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ସତର୍କ କରି ଦିଆଯାଇଛି । ସିଆର୍‌ପିଏଫ୍ ଓ ଆର୍‌ପିଏଫ୍ ଯବାନଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି । ଝାଡ଼ଖଣ୍ଡ ପରେ ଓଡ଼ିଶା ସୀମାରେ ନକ୍ସଲଙ୍କ ହିଂସାକାଣ୍ଡ ଯୋଜନା ଯବାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ଗତ ସପ୍ତାହେ ମଧ୍ୟରେ ନକ୍ସଲମାନଙ୍କ ଗୁଳିରେ ତିନି ଯବାନ ସହିଦ ହୋଇଛନ୍ତି । ସହିଦଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ । ଅନ୍ୟ ଦୁଇଜଣ ବିହାର ଓ ଝାଡ଼ଖଣ୍ଡର । ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି । ଯବାନମାନେ ୧୧ରୁ ଅଧିକ ନକ୍ସଲ ବଙ୍କର ଧ୍ବଂସ କରିଛନ୍ତି । ଭଉୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୋଲିସ ମୋଷ୍ଟଓ୍ବାଣ୍ଟେଡ୍ ତାଲିକାରେ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ମିସରି ବେସ୍ରାକୁ ଧରିବାକୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.