୮ ବର୍ଷ ପରେ ନ୍ୟାୟ ପାଇଲେ ପୀଡିତା, ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

ଜନୈକା ନାବାଳିକା ନବମ ଶ୍ରେଣୀର ଛାତ୍ରୀକୁ ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଆଡ଼ହକ ପୋକସୋ କୋର୍ଟ। ଏହି କୋର୍ଟରେ ଦୁଷ୍କର୍ମକାରୀ ହରେକୃଷ୍ଣ ମଲ୍ଲିକ ଦୋଷୀ ସାବ୍ୟସ୍ତ ହୋଇଛି।

କଟକ (କେନ୍ୟୁଜ): ଜନୈକା ନାବାଳିକା ନବମ ଶ୍ରେଣୀର ଛାତ୍ରୀକୁ ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଆଡ଼ହକ ପୋକସୋ କୋର୍ଟ। ଏହି କୋର୍ଟରେ ଦୁଷ୍କର୍ମକାରୀ ହରେକୃଷ୍ଣ ମଲ୍ଲିକ ଦୋଷୀ ସାବ୍ୟସ୍ତ ହୋଇଛି। ଦୋଷୀକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି। ଏହି ଦୁଷ୍କର୍ମ ଘଟଣାର ପିଡିତାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଆଡ଼ହକ ପୋକସୋ କୋର୍ଟ।

ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ପ୍ରଦାନ କରାଯିବ। ଦୁଷ୍କର୍ମ ୧୧ ଜଣ ସାକ୍ଷୀ ଓ ୧୯ ଟି ତଥ୍ୟପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଦିଆଯାଇଛି।୨୦୧୫ ମସିହା ମେ ୧୩ ତାରିଖରେ ଏହି ମାମଲା ନିଆଳି ଥାନାରେ ରୁଜ୍ଜୁ ହୋଇଥିଲା। ଦୋଷୀ ବିବାହିତ ହୋଇଥିଲେ ମଧ୍ୟ ଅବିବାହିତ ବୋଲି କହି ନାବାଳିକାକୁ ତାମିଲନାଡୁ ନେଇ ଯାଇଥିଲା। ସେଠାରେ ୪ ମାସ ଧରି ନାବାଳିକାକୁ ଦୁଷ୍କର୍ମ କରୁଥିଲା। ସରକାରଙ୍କ ପକ୍ଷରୁ ଏହି ମାମଲା ପରିଚାଳନା କରୁଥିଲେ ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକୂଟର ବିଶ୍ୱଜିତ ରାୟ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.