ଶ୍ରୀରାମଙ୍କ ମାମୁଁଘରୁ ଆସିବ ୩୦୦୦ ମେଟ୍ରିକ୍‌ ଟନ୍‌ ଚାଉଳ, ଛତିଶଗଡ଼ ଭାତରେ ମହକିବ ଅଯୋଧ୍ୟା

ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ ପାଇଁ ପ୍ରସ୍ତୁତି ଜୋର୍‌ସୋରରେ ଚାଲିଛି। ୨୦୨୪ ଜାନୁୟାରୀ ୨୨ରେ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଏଥିପାଇଁ ଦେଶର ପ୍ରତ୍ୟେକ ରାଜ୍ୟ ନିଜ ତରଫରୁ କିଛି ନା କିଛି ଦାନ କରି ପୁଣ୍ୟରେ ଭାଗିଦାରୀ ହେବାକୁ ଚାହୁଁଛନ୍ତି। ଏହି କ୍ରମରେ ଭଗବାନ ରାମଙ୍କ ମାମୁଁଘର ଛତିଶଗଡ଼ରେ ମଧ୍ୟ ଉତ୍ସାହର ସହ ପ୍ରସ୍ତୁତି ପର୍ବ ଚାଲିଛି।

ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ ପାଇଁ ପ୍ରସ୍ତୁତି ଜୋର୍‌ସୋରରେ ଚାଲିଛି। ୨୦୨୪ ଜାନୁୟାରୀ ୨୨ରେ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଏଥିପାଇଁ ଦେଶର ପ୍ରତ୍ୟେକ ରାଜ୍ୟ ନିଜ ତରଫରୁ କିଛି ନା କିଛି ଦାନ କରି ପୁଣ୍ୟରେ ଭାଗିଦାରୀ ହେବାକୁ ଚାହୁଁଛନ୍ତି। ଏହି କ୍ରମରେ ଭଗବାନ ରାମଙ୍କ ମାମୁଁଘର ଛତିଶଗଡ଼ରେ ମଧ୍ୟ ଉତ୍ସାହର ସହ ପ୍ରସ୍ତୁତି ପର୍ବ ଚାଲିଛି। ରାଜ୍ୟରୁ ୩୦୦୦ ମେଟ୍ରିକ୍‌ ଟନ ଚାଉଳ ଅଯୋଧ୍ୟା ପଠାଯିବ।

ଭଗବାନ ଶ୍ରୀରାମଙ୍କ ମହାଭଣ୍ଡାରରେ ଏହି ଚାଉଳ ବ୍ୟବହାର ହେବ। ଛତିଶଗଡ଼ର ସୁଗନ୍ଧିତ ଭାତରେ ଅଯୋଧ୍ୟାର ମହାଭଣ୍ଡାର ମହକି ଉଠିବ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଡିସେମ୍ବର ୨୮ରେ ଚାଉଳ ବୋଝେଇ ଟ୍ରକ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ୩୦ ତାରିଖରେ ଟ୍ରକ୍‌ ଅଯୋଧ୍ୟାରେ ପହଞ୍ଚିବ। ଚାଉଳ ବସ୍ତାଗୁଡ଼ିକୁ ଛତିଶଗଡ଼ର ବିଭିନ୍ନ ଜିଲ୍ଲାରୁ ଏକସାଥୀରେ ଏକତ୍ରୀତ କରି ଅଯୋଧ୍ୟା ପଠାଯାଉଛି।

ମହେନ୍ଦ୍ରଗଡ଼ ବିଧାୟକ ତଥା କ୍ୟାବିନେଟ୍‌ ମନ୍ତ୍ରୀ ଶ୍ୟାମବିହାରୀ ଜାୟସଓ୍ଵାଲ କହିଛନ୍ତି, ‘ଏହି ରାଜ୍ୟ ରାମଲଲାଙ୍କ ମାତା କୌଶଲ୍ୟାଙ୍କର ଜନ୍ମଭୂମି। ଏଥିପାଇଁ ଭଗବାନ ରାମଚନ୍ଦ୍ର ଆମର ଭଣଜା ହେବେ। ଯେପରି ମାମୁଁଘରେ ସନ୍ତାନ ଜନ୍ମ ହେଲେ ଉତ୍ସବ ପାଳନ କରାଯାଏ, ଠିକ୍‌ ସେହିଭଳି ଆମେ ମଧ୍ୟ ଉତ୍ସବ ପାଳନ କରିବୁ। ଏଥିପାଇଁ ଆମେ ସମସ୍ତଙ୍କୁ ଅନୁରୋଧ ମଧ୍ୟ କରିଛୁ। ନିଜର ସହର ଓ ଗାଁରେ ଏକ ଉତ୍ସବର ମାହୋଲ ସୃଷ୍ଟି କରନ୍ତୁ ଏବଂ ନିଜ ନିଜ ଘରକୁ ଦୀପରେ ସଜାନ୍ତୁ। ଏବେ ସମସ୍ତ ଅଞ୍ଚଳରେ ଭଗବାନ ରାମଙ୍କ ପାଇଁ କଳସ ଶୋଭାଯାତ୍ରାର ଆୟୋଜନ ହେଉଛି’।

ମନ୍ତ୍ରୀ କହିଛନ୍ତି ଯେ ‘ଛତିଶଗଡ଼ର ସମସ୍ତ ଧାର୍ମିକ, ସାମାଜିକ ସଙ୍ଗଠନ ସହ ଲକ୍ଷ ଲକ୍ଷ ଜନତା ଏହି ଅଭିଯାନରେ ଅନ୍ନ ଦାନ କରିଛନ୍ତି। ଏଠାରୁ ଯେଉଁ ଚାଉଳ ଅଯୋଧ୍ୟା ଯାଉଛି, ତାହା ସେଠାରେ ପ୍ରସାଦ ରୂପେ ଉପଯୋଗ ହେବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.