ଘରୁ ଧାନ ନୁହେଁ ବାହାରୁଛି ବସ୍ତା ବସ୍ତା ଗଂଜେଇ, ୧୦୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ ପରେ ଜନଶୂନ୍ୟ ପୂରା ଗାଁ 

ଗଂଜାମ : ଗଂଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଦସେଇପୁର ଗାଁ ନିକଟରେ ଥିବା କୃଷ୍ଣପୁର ଗାଁ । ଏହି ଗାଁ’କୁ ଲାଗିରହିଥିବା ପ୍ରାୟ କୋଡିଏ ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଓ ପାଟପୁର ଥାନା ପୋଲିସ । ଗଞ୍ଜେଇ ବ୍ୟାପକ ପରିମାଣରେ ଲାଗିଥିବା ସଂପର୍କରେ ଖବର ପାଇ ଆଜି ଅତର୍କିତ ଚଢାଉ କରାଯାଇଥିଲା ।ଏଥିରେ ସାମିଲ ହୋଇ ଥିଲେ ଅବକାରୀ ବିଭାଗ କର୍ମଚାରୀ ଓ ଆସିକା ଏସଡିପିଓ ଓ ତାଙ୍କ ନେତୃତ୍ଵରେ ପାଟପୁର ଥାନା ପୋଲିସ୍ ଷ୍ଟାଫ୍ ଓ ତହସିଲଦାର ।

ତେବେ ଗଞ୍ଜେଇ ଗଛକୁ ନଷ୍ଟ କଲାପରେ ଗାଁ ଜନଶୂନ୍ଯ ହୋଇଯାଇଥିଲା ଏବଂ ପ୍ରତ୍ୟେକ ଘରେ କୁଇଣ୍ଟାଲ, କୁଇଣ୍ଟାଲ୍ ଗଞ୍ଜେଇ ଗଛିତ ରହିଥିବା ଦେଖିବାକୁ ପାଇଥିଲେ କର୍ମଚାରୀ । ସମସ୍ତ ଘରୁ ଗଞ୍ଜେଇକୁ ବାହାର କରାଯାଇଥିବା ବେଳେ ଗୋଟିଏ କାର୍ ମଧ୍ୟ ଗାଁ ରୁ ଠାବ କରାଯାଇଛି । ଏହି ଗାଁ’ରୁ ପ୍ରାୟ 100 କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ତେବେ ଜବତ ଗଞ୍ଜେଇର ମୂଲ୍ୟ ଆକଳନ କରାଯାଇ ନଥିବା ବେଳେ ଏହା କୋଟି କୋଟି ଟଙ୍କାର ଗଞ୍ଜେଇ ହେବ ବୋଲି କୁହାଯାଉଛି । ଘରେ ଧାନ ବସ୍ତା ପରି ପାଇଖାନା ଘରେ ଗଞ୍ଜେଇ ବସ୍ତା ଏବଂ ଗଞ୍ଜେଇ ଗାଦିଆ ଦେଖି ଛାନିଆ ହୋଇଯାଇଥିଲେ ଅବକାରୀ ବିଭାଗ ଓ ପୋଲିସ୍ । ଏମିତି ଢଙ୍ଗରେ ଗଞ୍ଜେଇ ଗଛିତ ରଖାଯିବା ସମସ୍ତଙ୍କୁ ଚକିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.