ନୟାଗଡ଼ ନାବାଳିକା ହତ୍ୟା ଘଟଣା: ଏସଆଇଟିର ଜୋରଦାର ଖୋଳତାଡ଼, ଯଦୁପୁର ଗାଁର ୨୫ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ

ନୟାଗଡ଼: ନୟାଗଡ଼ ନାବାଳିକା ହତ୍ୟା ଘଟଣାରେ ଏସଆଇଟି ଖୋଳତାଡ଼ ଜୋରଦାର କରିଛି । ଯଦୁପୁର ଗାଁର ୨୫ ଯୁବକଙ୍କ ରକ୍ତ ନମୁନା ନେଇଛି ଟିମ୍‌ । ଏସଆଇଟି ଯୁବକଙ୍କ ନାଁ କହିନଥିଲେ ମଧ୍ୟ ରକ୍ତ ନମୁନା ସଂଗ୍ରହ କରାଯାଇଛି । ରକ୍ତ ସଂଗ୍ରହ କରାଯାଇଥିବା ଯୁବକଙ୍କ ଘରେ ଏସଆଇଟି ପହଁଚି ପଚରା ଉଚରା କରିଥିଲା ।

କିଛି ଦିନ ମଧ୍ୟରେ ଗାଁର ସମସ୍ତ ଲୋକଙ୍କ ରକ୍ତ ନମୁନା ନିଆଯିବ ବୋଲି ଜଣାପଡିଛି । ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକର ପୁଅକୁ ତିନି ଚାରି ଘଣ୍ଟା ଧରି ଜେରା କରିଛି ଏସଆଇଟି । ଏହାସହ ବାବୁଲି ନାୟକ ଡ୍ରାଇଭର ବିଜୟ ବେହେରାକୁ ମଧ୍ୟ ମାରାଥନ ଜେରା କରୁଛି ଟିମ୍‌ । ସବୁ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.