ଗୁଣପୁର ଓଭରବ୍ରିଜ ଛକ ନିକଟରେ ଚଢାଉ: ୩୦୨କେଜି ଗଞ୍ଜେଇ ଜବତ କଲା ଏସଟିଏଫ ଟିମ୍, ଜଣେ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ଓଭରବ୍ରିଜ ଛକ ନିକଟରେ ଚଢାଉ, ଜଣେ ଅଭିଯୁକ୍ତ ଗିରଫ। ୩୦୨କେଜି ଗଞ୍ଜେଇ ଜବତ କଲା ଏସଟିଏଫ୍‌। ଗିରଫ ଅଭିଯୁକ୍ତ ହେଲେ ପୁଟାସିଙ୍ଗ ଥାନା ଅଞ୍ଚଳ ସିମ୍ପନୀ ଗାଁର ଆୟୁବୁ ଶବର।

ପଦ୍ମପୁର ଥାନା ଅଞ୍ଚଳରୁ ବେଆଇନ ଭାବେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ ଚଢାଉ କରିଥିଲେ। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଏକ ପ୍ରେସମିଟ୍‌ରେ ଥାନା ଆଇଆଇସି ମନୋଜକୁମାର ବେହେରା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.