ଗଜପତି: ମହାନତାର ମସିହା ସାଜିଲେ ୧୦୮ ଆମ୍ବୁଲାନ୍‌ସ କର୍ମଚାରୀ, ୫ କିଲୋମିଟର ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଲେ

ମୋହନା(କେନ୍ୟୁଜ୍): ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍‌ସ କର୍ମଚାରୀ। ଅନ୍ଧାରୁଆ, ଜଙ୍ଗଲିଆ ଓ ପଥୁରିଆ ରାସ୍ତାରେ ୫ କିଲୋମିଟର ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ବୋହି ଆଣିଲେ। ଗଜପତି ଜିଲ୍ଲା ମୋହନା ୧୦୮ ଆମ୍ବୁଲାନ୍‌ସ କର୍ମଚାରୀଙ୍କ ସାହାସିକତା ଦେଖିବାକୁ ମିଳିଛି। ଚାନ୍ଦିପୁଟ ପଞ୍ଚାୟତ ବାଲିଗଣ୍ଡା ଗାଁର ପ୍ରଶାନ୍ତ କୁମାର ଦଳାଇଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍‌ସକୁ ଫୋନ୍‌ କରିଥିଲେ। ହେଲେ ଜଙ୍ଗଲ ଓ ପଥୁରିଆ ରାସ୍ତା ହୋଇଥିବାରୁ ଆମ୍ବୁଲାନ୍‌ସ ଗାଁ ନିକଟରେ ପହଞ୍ଚି ପାରିନଥିଲା।

108 employee

ଏହାପରେ ଅନ୍ଧାର ରାତିରେ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଷ୍ଟ୍ରେଚରରେ ବୋହି ମହିଳାଙ୍କୁ ଆମ୍ବୁଲାନ୍‌ସ ନିକଟକୁ ଆଣିଥିଲେ। ସେଠାରୁ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୁଷ୍ପାଞ୍ଜଳି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମାଓ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ଏଭଳି ଘଟଣାକୁ ନେଇ ୧୦୮ ଆମ୍ବୁଲାନ୍‌ସ କର୍ମଚାରୀଙ୍କୁ ପ୍ରଶଂସାର ସୁଅ ଛୁଟୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.